ଖୋର୍ଦ୍ଧା: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଅପେକ୍ଷା ଆସନ୍ତା ନିର୍ବାଚନକୁ ।147 ନିର୍ବାଚନୀ କ୍ଷେତ୍ର ମଧ୍ୟରେ ଚର୍ଚ୍ଚାରେ ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ । ତୃତୀୟ ପର୍ଯ୍ୟାୟରେ ଏହି ନିର୍ବାଚନମଣ୍ଡଳୀରେ ପଡିବ ଭୋଟ । ରାଜ୍ୟର 3 ପ୍ରମୁଖ ଦଳର ନଜର ଏହି ଆସନ ଉପରେ ରହିଛି ।
ଚଳିତ ନିର୍ବାଚନରେ ଏହି ଆସନରେ ହେବ ତ୍ରିମୁଖୀ ଲଢେଇ । ଏହି ଲଢେଇରେ ବିଜୟ ଲକ୍ଷ୍ୟ ରଖି ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ । ତେବେ ସମାନ ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ରିଷଭ ନନ୍ଦ ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ରାଜେନ୍ଦ୍ର ଟକ୍କର ଦେବେ ।
ଏଭଳି ପରିସ୍ଥିତିରେ ସେ ବିଜୟ ବୈତରଣୀ ପାର କରିବାକୁ କଣ ମୁଦ୍ଦା ନେଇ ମୈଦାନକୁ ଓହ୍ଲାଇଛନ୍ତି ସେ ନେଇ ନିଜ ମତ ରଖିଥିଲେ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ସେ । ରାଜେନ୍ଦ୍ର 2 ଥର ଖୋର୍ଦ୍ଧା ବିଧାୟକ ରହିବା ପରେ ଚଳିତ ନିର୍ବାଚନରେ ବେଗୁନିଆରୁ ଦଳ ତାଙ୍କୁ ଟିକେଟ ଦେଇଛି । ସେ ନିଜର ଏହି ରାଜନୈତିକ ଅଭିଜ୍ଞତାକୁ ବେଗୁନିଆ ଅଞ୍ଚଳର ବିକାଶ ଦିଗରେ ଲଗାଇବେ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ: ‘କଣ୍ଟାମାଳକୁ ସବଡିଭିଜନ ମାନ୍ୟତା ପ୍ରଦାନ ମୋର ଲକ୍ଷ୍ୟ’
ନିର୍ବାଚନ ଜିତିବା ପରେ ସେ ନିଜ ଅଞ୍ଚଳର କୃଷି, ସ୍ବାସ୍ଥ୍ୟ, ଶିକ୍ଷା ସହ ସର୍ବାଙ୍ଗୀନ ବିକାଶ ଦିଗରେ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ସେ ଗରିବଙ୍କ ସେବା କରିବାକୁ ନିର୍ବାଚନ ଲଢୁଥିବା କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୁଖୀ ଯୋଜନା ଗୁଡିକୁ ନେଇ ଖୁସିଥିବାବେଳେ ବେଗୁନିଆରେ ବିଜେଡି ବାଜିମାତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ