ETV Bharat / elections

ବିଜେଡି ପ୍ରାର୍ଥିନୀଙ୍କ ସହ ହାତ ମିଳେଇଲେ ନାହିଁ ଅମିଶା

ବିଜେଡି ପାଇଁ ପ୍ରଚାର କରିବାକୁ ଆସିଥିବା ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ରେଙ୍ଗାଲୀ ବିଧାନସଭାର ବିଜେଡି ପ୍ରାର୍ଥୀନିଙ୍କ ସହ ହାତ ମିଲେଇ ନଥିଲେ । ରେଙ୍ଗାଲିଠାରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

author img

By

Published : Apr 19, 2019, 11:21 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲୀଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରେଙ୍ଗାଲୀ ଠାରେ ବିଜେଡିର ଏକ ନିର୍ବାଚନୀ ପ୍ରଚାର ସଭା ଚାଲିଥିବା ବେଳେ ଏହି ସଭାରେ ଯୋଗ ଦେଇଥିବା ବଲିଉଡ ଷ୍ଟାର ଅମିଶା ପଟେଲ । ଆଶ୍ଚର୍ଯ୍ୟର କଥା ହେଉଛି ଅଭିନେତ୍ରୀ ଅମିଶା ପଟେଲ ରେଙ୍ଗାଲୀ ବିଧାନସଭାର ବିଜେଡି ପ୍ରାର୍ଥୀନିଙ୍କ ସହ ହାତ ମିଲେଇ ନଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

ସଭା ଚାଲିଥିବା ସମୟରେ ମଞ୍ଚ ଉପରେ ଯେତେବେଳେ ଅମିଶା ଚଢିଥିଲେ ସେତେବେଳେ ବିଜେଡି ବିଧାୟିକା ପ୍ରାର୍ଥିନୀ ରିନା ତନ୍ତି ଆମିସାଙ୍କ ସହ ହାତ ମିଲେଇବା ପାଇ ନିଜର ହାତ ବଢାଇଥିଲେ । କିନ୍ତ ଆମିଶା ରିନା ତନ୍ତିଙ୍କ ସହ ହାତ ନ ମିଲାଇ ଦୂରରୁ ନମସ୍କାର କରିଦେଇଥିଲେ ।

ଏହି ଦୃଶ୍ୟ ସେତେବେଳେ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ତେବେ ଯେଉଁ ଲୋକ ଏହି ସେଲିବ୍ରେଟିଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ସପକ୍ଷରେ ପ୍ରଚାର କରିଵା ପାଇଁ ଆଣିଥିଲେ ତାଙ୍କ ସହ ଅମିଶା ହାତ କିପରି ମିଲେଇଲେ ନାହିଁ ? ତେବେ ଅମିଶା କ’ଣ ପାଇଁ ରିନାଙ୍କ ସହ ହାତ ମିଲେଇଲେ ନାହିଁ ତାହା ଆମିସାଙ୍କୁ ହିଁ ଜଣା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.