ETV Bharat / elections

ସୋରଡା ରେଣ୍ଟିରେ ସାନି ନିର୍ବାଚନ - sorada village

ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ଏବଂ ସୋରଡା ବିଧାନସଭାର ସୋରଡା ରେଣ୍ଟି ଗ୍ରାମର 182 ନଂ ବୁଥରେ ସାନି ମତଦାନ ଆରମ୍ଭ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Apr 25, 2019, 9:33 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ଏବଂ ସୋରଡା ବିଧାନସଭାର ସୋରଡା ରେଣ୍ଟି ଗ୍ରାମର 182 ନଂ ବୁଥରେ ସାନି ମତଦାନ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳୁ ସକାଳୁ ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରିବାକୁ ଲମ୍ବା ଧାଡିରେ ଠିଆ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁସାରେ ଗତ 18 ତାରିଖ ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରିଗିଂକୁ କେନ୍ଦ୍ର କରି ଇଭିଏମ ମେସିନ ଭଙ୍ଗାରୁଜା ହୋଇଥିଲା । ତେବେ ଏହି ଘଟଣା ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆଜି ରେଣ୍ଟି ଗ୍ରାମର 182 ନଂ ବୁଥରେ ସାନି ମତଦାନ ଚାଲୁ ରହିଛି । ଅସହ୍ୟ ଗୁଳୁଗୁଳି ସତ୍ତ୍ବେ ଲୋକେ ଲମ୍ବା ଧାଡିରେ ଠିଆ ହୋଇ ଶାନ୍ତି ଶୃଖଳାରେ ମତଦାନ କରୁଥିବା ଦେଖିବାକୁ ମିଳିଛି ।

ମତଦାନ କେନ୍ଦ୍ରରେ ଆସିକା ସାଂସଦ ବିଜେପି ପ୍ରାର୍ଥୀନି ଅନିତା ଶୁଭ ଦର୍ଶନୀ ଉପସ୍ଥିତ ଥିବାବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ମଧ୍ୟ ଉପସ୍ଥିତ ଥିଲେ । ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହା ଚାଲୁ ରହିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.