କଳାହାଣ୍ଡି: ଆଉ କେଇଟା ଦିନ ପରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । କେଉଁ ଦଳ କ୍ଷମତାକୁ ଆସିବ ତ କେଉଁ ଦଳ ବାଜି ହାରିବ । ଏନେଇ ଚାରିଆଡେ ନିର୍ବାଚନ ପ୍ରଚାର ପ୍ରସାର ଜୋରସୋର । ଭୋଟରଙ୍କ ମନ ଜିଣିବା ସହ ନିର୍ବାଚନ ଜିତିବା ପାଇଁ ପ୍ରତିଦ୍ବନ୍ଦ୍ବୀ, ବିରୋଧୀ, ସରକାରଙ୍କ ଅବହେଳାକୁ ଅସ୍ତ୍ର କରୁଛନ୍ତି ପ୍ରାର୍ଥୀ । ଏହାସହ ଜିତିଲେ କଣ ସବୁ କରିବେ, କିଭଳି ଅଞ୍ଚଳବାସୀଙ୍କ ସ୍ବାର୍ଥ ସାଧନ ପାଇଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ମନ୍ତବ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ବଳକଳ ଲଗାଉଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ।
ଅଧିକ ପଢନ୍ତୁ: ନିର୍ବାଚନୀ ଖର୍ଚ୍ଚକୁ ଶହୀଦଙ୍କ ପରିବାରକୁ ଦାନ କରିବେ ସୁର
ଏସବୁ ମଧ୍ୟରେ ଆମ ଇଟିଭି ଭାରତ ପ୍ରତିନିଧି କଳାହାଣ୍ଡି ସଦର ନିର୍ବାଚନ ମଣ୍ଡଳୀ କଲମ ଗାଁରେ ପହଞ୍ଚି ପ୍ରତିକ୍ରିୟା ନେଇଛନ୍ତି ମତଦାତାଙ୍କଠାରୁ । ଆଉ ନେତାଙ୍କ ଭଳି ଭୋଟରମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସନ୍ତୁ ଶୁଣିବା କ'ଣ କହୁଛନ୍ତି କଲମ ଗାଁ ବାସିନ୍ଦା ।
ପ୍ରତି 5 ବର୍ଷକୁ ଥରେ ନିର୍ବାଚନ ହେବ । ବହୁ ନେତା ଯିବେ ଆଉ ଆସିବେ । ଭୋଟ ପାଇବା ପାଇଁ ସମସ୍ତ ପ୍ରାକର ପ୍ରତିଶୃତି ମଧ୍ୟ ଦେବେ । କିନ୍ତୁ କିଏ କେତେ ଦୂର ପ୍ରିତିଶୃତି ରକ୍ଷା କରି କାର୍ଯ୍ୟ କରିପାରିବ ତାହା ନିର୍ବାଚନ ସରିଲେ ଜଣାପଡିବ । ତେବେ ମୁଖ୍ୟ କଥା ହେଲା ଗାଁର ବିକାଶ ପାଇଁ କିମ୍ବା ଗାଁର ସମସ୍ୟା କଥା ଯେଉଁ ନେତା ବୁଝିବେ ସେହି ନେତାଙ୍କୁ ଭୋଟ ଦେବେ ବୋଲି ପ୍ରକାଶ କରିଛନ୍ତି କଲମ ଗାଁ ବାସିନ୍ଦା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ