ଫିରୋଜାବାଦ: କଂଗ୍ରେସର ଦେଶଦ୍ରୋହୀଙ୍କ ସହ ହାତ ଅଛି । ଉତ୍ତର ପ୍ରଦେଶ ଫିରୋଜାବାଦରେ ଏକ ଜନସଭାକୁ ସମ୍ବୋଧନ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥ ସିରସାଗଞ୍ଜର ଗିରିଧାରୀ ଲାଲ ଇଣ୍ଟର କଲେଜରେ ବିଜେପି ପାର୍ଥୀ ଡ.ଚନ୍ଦ୍ରସେନ ଜାଦୋନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହି ସମୟରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ସେ।
ଯୋଗୀ କହିଥିଲେ, କଂଗ୍ରେସର ଦେଶଦ୍ରୋହୀଙ୍କ ସହ ହାତ ଅଛି। ଏଥିସହ ସେ କହିଥିଲେ କଂଗ୍ରେସକୁ କେହି ପାର୍ଥୀ ମିଳୁନାହାଁନ୍ତି । ଯଦି କଂଗ୍ରେସକୁ ଦେଶ ଭିତରେ କେହି ପାର୍ଥୀ ମିଳୁନାହାଁନ୍ତି, ତେବେ ଇଟାଲିରୁ ପ୍ରାର୍ଥୀ ନେଇଆସୁ କଂଗ୍ରେସ ।