ETV Bharat / elections

'ଗାନ୍ଧୀ ପରିବାରର ସଦସ୍ୟ ବି ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ଦେଶ ପାଇଁ ଗୌରବ ଆଣିଛନ୍ତି କେବଳ ମୋଦି' - campaign

ଗାନ୍ଧୀ ପରିବାରର ବି କେତେଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ମୋଦି ଦେଶପାଇଁ ଯେଉଁ ସମ୍ମାନ ଆଣିଛନ୍ତି, ତାହା ଅତୀତରେ କେହି କରିପାରି ନାହାନ୍ତି ।

ଫାଇଲ ଫଟୋ
author img

By

Published : Apr 8, 2019, 2:48 PM IST

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ଚରଣ ମତଦାନ ପୂର୍ବରୁ ଜାରୀ ରହିଛି ଦଳୀୟ ପ୍ରଚାର ପ୍ରସାର । ଏହି କ୍ରମରେ ଉତ୍ତର ପ୍ରଦେଶର ପିଲିଭିଟ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବା ଲାଗି ପହଞ୍ଚିଛନ୍ତି ବିଜେପି ନେତା ତଥା ସୁଲତାନପୁର ସାଂସଦ ବରୁଣ ଗାନ୍ଧୀ । ତେବେ ବରୁଣ ଏଠାରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତିଛନ୍ତି ସେ । ନିଜ ପରିବାର ସହ ମୋଦିଙ୍କ ତୁଳନା କରି ତାଙ୍କ ପରିବାରର କେହି ମଧ୍ୟ ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ମୋ ପରିବାରର ବି କେତେଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ମୋଦି ଦେଶପାଇଁ ଯେଉଁ ସମ୍ମାନ ଆଣିଛନ୍ତି, ତାହା ଅତୀତରେ କିଏ କରି ପାରିନାହାନ୍ତି । ମୋଦି ବଞ୍ଚୁଛନ୍ତି ତ କେବଳ ଦେଶ ପାଇଁ ଏବଂ ମରିବେ ତ କେବଳ ଦେଶ ପାଇଁ । ପ୍ରଧାନମନ୍ତ୍ରୀ କେବଳ ଦେଶ ପାଇଁ ଚିନ୍ତିତ ।

ସୂଚନା ଯୋଗ୍ୟ, ବରୁଣ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ଅଟନ୍ତି । ଚଳିତ ନିର୍ବାଚନରେ ତାଙ୍କୁ ପିଲିଭିଟ ଆସନରୁ ବିଜେପି ଟିକେଟ୍‌ ଦେଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.