ETV Bharat / elections

ଚନ୍ଦ୍ରବାବୁଙ୍କ ଅଫର୍‌: ଗରିବଙ୍କୁ ମିଳିବ ବାର୍ଷିକ ୨ ଲକ୍ଷ ଟଙ୍କା

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବଡ ଘୋଷଣା କରିଛନ୍ତି । ଆନ୍ଧ୍ରରେ ଟିଡିପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ଗରିବଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ। ଶନିବାର ଚନ୍ଦ୍ରବାବୁ ନାଇଡୁ ନିର୍ବାଚନୀ ଇସ୍ତାହାରରେ ଏହା ଘୋଷଣା କରିଛନ୍ତି ।

author img

By

Published : Apr 7, 2019, 2:02 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ନିର୍ବାଚନୀ ଋତୁରେ ଭୋଟରଙ୍କୁ ଥୋପ ଦେଉଛନ୍ତି ବିଭିନ୍ନ ପଲଟିକାଲ୍‌ ଦଳର ମୁଖିଆ । ପ୍ରତିଶ୍ରୁତି ସହ ଟଙ୍କାର ଲୋଭ । ଟାର୍ଗେଟରେ ଗରିବଙ୍କ ଗରିବୀ ଦୂର । ଏହିକ୍ରମରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବଡ ଘୋଷଣା କରିଛନ୍ତି । ଆନ୍ଧ୍ରରେ ଟିଡିପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ଗରିବଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ। ଶନିବାର ଚନ୍ଦ୍ରବାବୁ ନାଇଡୁ ନିର୍ବାଚନୀ ଇସ୍ତାହାରରେ ଏହା ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ପ୍ରତି ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ । ମାତ୍ର ଏବେ ଚନ୍ଦ୍ରବାବୁ ନାଇଡୁ ବାର୍ଷିକ 2ଲକ୍ଷ ଦେବା କଥା ଘୋଷାଣା କରିଛନ୍ତି ।

ଏହାସହ ଚନ୍ଦ୍ରବାବୁ ନାଇଡୁ ଆହୁରି କହିଛନ୍ତି ଯେ ରାଜ୍ୟରେ ପିଏମ୍‌ କିଶାନ ଯୋଜନା ଶୈଳୀକୁ ଆପଣାଇବ । ଏହାସହ କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ 5ହଜାର କୋଟିର 'ଅନ୍ନଦାତା ସୁଖୀଭବ' ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହା ଫଳରେ କୃଷକଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଦିଆଯିବ। । ନିଜର ଘୋଷଣା ପତ୍ର ଜାରି କରିବାର କିଛି ସମୟ ପରେ ଟିଡିପି ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇଛି। ଏହାସହ ବିନା ସୁଧରେ କୃଷକଙ୍କୁ ଋଣ ଦିଆଯିବ ବୋଲି ଘୋଷଣା କରିଛି ଟିଡିପି ।

ଏହାସହ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପଛୁଆ ବର୍ଗର କଲ୍ୟାଣ ପାଇଁ ଟିଡିପି ମୁଖ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ 10ହଜାର କୋଟିର ଫଣ୍ଡ ରଖାଯାଇଥିବା ଘୋଷଣା କରିଛନ୍ତି ଚନ୍ଦ୍ରବାବୁ । ମାଗଣା ସ୍ବାସ୍ଥ୍ୟବୀମା ଯୋଜନା, ବୟନକାରୀଙ୍କୁ 10ହଜାର ଟଙ୍କା ପ୍ରଦାନ କରିବା କଥା କହିଛନ୍ତି ଟିଡିପି ମୁଖ୍ୟ । ଏହାସହ ସଂଖ୍ୟାଲଘୁ ସଂପ୍ରଦାୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି(ଏସ୍‌ଟି/ଏସ୍‌ସି), ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବାଣିଜ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି ଚନ୍ଦ୍ରବାବୁ ।

Intro:Body:

lasklkla

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.