ETV Bharat / elections

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ମୁଖ୍ୟାଂଶ

author img

By

Published : Oct 24, 2019, 10:13 AM IST

ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭାର ଭୋଟ ଗଣତି ଜାରି ରହିଛି । ମହାରାଷ୍ଟ୍ର ସ୍ଥିତି ସ୍ପଷ୍ଟ ହେଉଥିବା ବେଳେ ହରିୟାଣାରେ ବିଜେପି କଂଗ୍ରେସ ମଧ୍ୟରେ କଡା ଟକ୍କର ଜାରି ।

ଡିଜାଇ ଫଟୋ

ମହାରାଷ୍ଟ୍ର: ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ମହାରାଷ୍ଟ୍ରରେ 288 ସିଟରେ ଭୋଟ ଗ୍ରହଣ ହୋଇଥିବା ବେଳେ ହରିୟାଣାରେ 90 ସିଟରେ ଭୋଟ ଗ୍ରହଣ ହୋଇଛି । ମହାରାଷ୍ଟ୍ର ବିଧାନସଭାରେ ପୁଣିଥରେ ବିଜେପି ଶିବସେନା ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ କ୍ୟାମ୍ପ ଏବେ ନିରାଶରେ ପରିଣତ ହୋଇଛି । କିନ୍ତୁ କଂଗ୍ରେସ ପାଇଁ ସଞ୍ଜିବନୀ ହୋଇପାରେ ହରିୟାଣା । ହରିୟାଣାରେ ଦଳ କ୍ଷମତାକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି ।

ମୁଖ୍ୟାଂଶ....

* ମହାରାଷ୍ଟ୍ର ହରିୟାଣାରେ ଭୋଟ ଗଣତି ଜାରି...
*ମହାରାଷ୍ଟ୍ରରେ 288 ସିଟ ଓ ହରିୟାଣାରେ 90 ସିଟରେ ମତଦାନ
*ଅକ୍ଟୋବର 21ରେ ହୋଇଥିଲା ଭୋଟଗ୍ରହଣ
*ମହାରାଷ୍ଟ୍ରରେ 60.46 ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ 65.75 ପ୍ରତିଶତ ମତଦାନ ହୋଇଥିଲା
* ମହାରାଷ୍ଟ୍ରରେ ପୁଣିଥରେ କ୍ଷମତା ବଜାୟ ରଖିବାକୁ ଯାଉଛି ବିଜେପି ଶିବସେନା ମେଣ୍ଟ
*ହରିୟାଣାରେ କ୍ଷମତାଚ୍ୟୁତ ହୋଇପାରେ ଶାସକ ବିଜେପି
*ହରିୟାଣାରେ ସରକାର ଗଠନ ପାଇଁ ଜେଜେପି ହୋଇପାରେ କିଙ୍ଗମେକର
*ଭୁପିନ୍ଦର ସିଂ ହୁଡାଙ୍କ ବଡ ଘୋଷଣା ହରିୟାଣାରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.