ETV Bharat / elections

ଗୁଗଲ ଡୁଡଲ ପାଳୁଛି ମତଦାନ ପର୍ବ - ଡୁଡୁଲ

ସମଗ୍ର ଦେଶରେ ମତଦାନକୁ ନେଇ ଉତ୍ସାହ । ଏପଟେ ଗୁୁଗଲ ଡୁଡଲ ମଧ୍ୟ ପାଳୁଛି ଗଣତନ୍ତ୍ରର ମହାପର୍ବ।

ସୋଲିଆଲ ମିଡିଆ
author img

By

Published : Apr 11, 2019, 8:44 AM IST

Updated : Apr 11, 2019, 10:12 AM IST

ନୂଆଦିଲ୍ଲୀ: ଆଜି ଭାରତୀୟ ଗଣତନ୍ତ୍ରର ମହାପର୍ବ। 17ତମ ଲୋକସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ଏନେଇ ଗୁଗଲର ଡୁଡଲରେ ସ୍ଥାନ ପାଇଛି ମତଦାନର ଚିତ୍ର । ଏହି ଫଟୋ ମାଧ୍ୟମରେ ଲୋକଙ୍କୁ ମତଦାନର ସୂଚନା ଦେଉଛି ଡୁଡଲ।

ଭାରତରେ ଭୋଟ ଦେବା ସମୟରେ ଆଙ୍ଗୁଠିରେ ନୀଳ ସାହି ବା କାଳି ଲଗାଇ ଭୋଟର ମାନେ ଭୋଟ ଦେଇଥାନ୍ତି। ମତଦାନ ପରେ ଆଙ୍ଗୁଠିରେ ଲାଗିଥିବା କାଳିକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗିଦାରୀ ଭାବେ ଗଣାଯାଇଥାଏ। ଆଜି ଗୁଗଲ ମଧ୍ୟ ଲୋକତନ୍ତ୍ରର ସବୁଠୁ ବଡ ଉତ୍ସବକୁ ଡୁଡଲରେ ପ୍ରଦର୍ଶିତ କରିଛି।

18ରି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଏକକାଳୀନ 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ ଓ ଓଡିଶାର ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଓଡିଶା ବିଧାନସଭା ପାଇଁ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଆଜି । ପ୍ରଥମ ପ୍ରଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଉତ୍ତରାଖଣ୍ଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ଲକ୍ଷାଦ୍ବୀପ, ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୁହ ତଥା ତେଲେଙ୍ଗାନାକ ସମସ୍ତ ଲୋକସଭା ସିଟରେ ନିର୍ବାଚନ ଜାରି ରହିଛି ।

Intro:Body:

aslkjalks

Conclusion:
Last Updated : Apr 11, 2019, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.