ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କୁ ଖୋଲାଖୋଲି ଧମକ । ହିତାହତ ଜ୍ଞାନ ଭୁଲି ଗଲେଣି ନେତା । କାଦୁଅ ଫିଙ୍ଗା ପରେ ଗଣତନ୍ତ୍ରକୁ ଟାର୍ଗେଟ କରିଛନ୍ତି ନେତା । ଏହି କ୍ରମରେ ଭାରତୀୟ ବହୁଜନ ମହାସଂଘ(ବିବଏମ) ସୁପ୍ରିମୋ ପ୍ରକାଶ ଆମ୍ବେଦକର ନିର୍ବାଚନ କମିଶନରଙ୍କୁ ଧମକ ଦେଇଛନ୍ତି ।
କ୍ଷମତାରେ ଆସିଲେ ନିର୍ବାଚନ କମିଶନରଙ୍କୁ ଅତିକମରେ ୨ ଦିନ ପାଇଁ ଜେଲ ପଠାଇବୁ । ପୁଲୱାମା ଆକ୍ରମଣକୁ ନେଇ ଆଲୋଚନା କରିବାକୁ ଆୟୋଗ ବାରଣ କରୁଛନ୍ତି କିନ୍ତୁ ଆମେ ଆଲୋଚନା କରିବୁ । ଏନେଇ ସମ୍ବିଧାନ ଅଧିକାର ଦେଇଛନ୍ତି ବୋଲି ପ୍ରକାଶ ଆମ୍ବେଦକର କହିଛନ୍ତି ।
ତାଙ୍କର ଏହି ମନ୍ତବ୍ୟ ପରେ ନିର୍ବାଚନ ଆୟୋଗ ଏହାର ରିପୋର୍ଟ ମାଗିଛନ୍ତି । ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ଏହି ସଂକ୍ରାନ୍ତରେ ଅତିଶୀଘ୍ର ରିପୋର୍ଟ ଦେବେ ବୋଲି କହିଛନ୍ତି ।