ETV Bharat / elections

ଦୀପାବଳିରେ ହରିୟାଣାକୁ ମିଳିବ ନୂଆ ସରକାର - ହରିୟାଣା ବିଧାନସଭା

ଶୁଭ ଦୀପାବଳି ଅବସରରେ ଦ୍ୱିତୀୟ ଥର ପାଇଁ ହରିୟାଣାର ଶାସନ ଭାର ଗ୍ରହଣ କରିବେ ମନୋହର ଲାଲ ଖଟ୍ଟର। ଜେଜେପି ସହଯୋଗରେ ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଖଟ୍ଟର। ଆସନ୍ତା କାଲି ଅପରାହ୍ନରେ ରାଜଭବନରେ ନେବେ ଶପଥ।

ଡିଜାଇ ଫଟୋ
author img

By

Published : Oct 26, 2019, 3:06 PM IST

ହାଇଦ୍ରାବାଦ: ହରିୟାଣାରେ ସରକାର ଗଠନ ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠତି ହୋଇଥିଲା । ବିଜେପି ବିଧାୟକ ଦଳ ବୈଠକରେ ବିଜେପିର ବରିଷ୍ଠ ନେତା ମନୋହର ଲାଲ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଏହାସ୍ପଷ୍ଟ ଯେ ଖଟ୍ଟର ହିଁ ମୁଖ୍ୟମନ୍ତ୍ରୀ ହେବେ । ଏହି ବୈଠକରେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଦଳର ଜାତୀୟ ସମ୍ପାଦକ ଅରୁଣ ସିଂ ଯୋଗଦେଇଥିଲେ ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ନବ ନିର୍ବାଚିତ ଦଳୀୟ ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ରାଜ୍ୟକୁ ଏକ ସୁଦୃଢ ଶକ୍ତ ସରକାର ଦେବାପାଇଁ ବିଜେପି ପ୍ରତିଶୃତିବଦ୍ଧ । ଯେଉଁଥିପାଇଁ ଜେଜେପିର ସହଯୋଗ ନେଇଛି ଦଳ । ଏହାସହ ବିଜେପିକୁ ଅନେକ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ସମର୍ଥନ କରୁଛନ୍ତି । ହେଲେ ଦଳ ଗୋପାଳ କାଣ୍ଡଙ୍କ ସମର୍ଥନ ନେବ ନାହିଁ ବୋଲି ରବି ଶଙ୍କର ପ୍ରସାଦ ସ୍ପଷ୍ଟ କରିଥିଲେ । ରବି ଶଙ୍କର କହିଛନ୍ତି ଉଭୟ ଦଳର ବୁଝାମଣା ଅନୁସାରେ ବିଜେପିରୁ ମୁଖ୍ୟମନ୍ତ୍ରୀ ଓ ଜେଜେପିରୁ ଉପ-ମୁଖ୍ୟମନ୍ତ୍ରୀ ହେବେ। ତେବେ ମନ୍ତ୍ରୀ ମଣ୍ଡଳରେ କେଉଁମାନେ ସାମିଲ ହେବେ ତାହା ନିଜେ ମନୋହର ଲାଲ ସ୍ଥିର କରିବେ ବୋଲି କହିଛନ୍ତି । ଅପରାହ୍ନ 3 ଟାରେ ଉଭୟ ଦଳର ନେତା ମିଳିତ ଭାବେ ରାଜ୍ୟପାଳଙ୍କୁ ରାଜ ଭବନରେ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇବେ ।

ଅନ୍ୟପଟେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଶପଥ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଇଛାକୁ ସମ୍ମାନ ଜଣାଇ ଦଳୀୟ ନେତା ଅପରାହ୍ନ 2ଟାରେ ରାଜଭବନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେବେ । ଦୀପାବଳି ପରେ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଉଭୟ ଦଳ ନିଷ୍ପତ୍ତି ନେଇଛନ୍ତି । ହରିୟାଣା ସରକାରରେ ଏବେ ଜଣେ ଉପ-ମୁଖ୍ୟମନ୍ତ୍ରୀ ହେବେ ନା 2ଜଣ ତାକୁ ନେଇ ଲାଗି ରହିଛି ସସପେନ୍ସ । କାରଣ ଜେଜେପିରୁ ଜଣେ ଉପମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ବିଜେପିରୁ ମଧ୍ୟ ଜଣେ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ହୋଇଛି । ବିଜେପିର ବରିଷ୍ଠ ନେତା ଅନୀଲ ଭିଜଙ୍କୁ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ଦାବି ହୋଇଛି । ତେବେ ଏହି ପ୍ରସଙ୍ଗରେ ରବି ଶଙ୍କର କୌଣସି ଉତ୍ତର ରଖିନାହାଁନ୍ତି ।

ସେପଟେ ରାଜ୍ୟରେ 30 ଗୋଟି ଆସନରେ ବିଜୟ ହୋଇଥିବା କଂଗ୍ରେସ ସରକାର ଗଠନ ପାଇଁ ଉଦ୍ୟମ କରିଥିଲା । ହେଲେ ବିଜେପିର ରଣନୀତି ଆଗରେ ଦଳ ହାର ମାନିଛି । ତେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିବା ଭୁପିନ୍ଦର ସିଂ ହୁଡା ଆଜି ଦଳର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.