ନୂଆଦିଲ୍ଲୀ: ସମ୍ବାଦଦାତାଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି । ସମ୍ବାଦଦାତାଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ରଖିବା ପାଇଁ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମ ଥର ନିର୍ବାଚନ ଆୟୋଗ ସମ୍ବାଦଦାତାଙ୍କ ଉପରେ ଏପରି ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁଯାୟୀ ଶନିବାର ସମ୍ବାଦଦାତାଙ୍କ ପ୍ରବେଶ ପାଇଁ ତିଆରି ହେଉଥିବା ପାସ୍ ଉପରେ ନିର୍ବାଚନ କମିଶନ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ସମ୍ବାଦଦାତାମାନଙ୍କ ପାଇଁ କେବଳ ନିର୍ବାଚନ ଆୟୋଗ, ଉପ ନିର୍ବାଚନ ଆୟୋଗ ଏବଂ ନିର୍ଦ୍ଦେଶକଙ୍କ ଅନୁମତିରେ ପାସ୍ ତିଆରି ହେବ ।
ତେବେ ନୂଆ ଆଦେଶ ପୂର୍ବରୁ ମଧ୍ୟ ଲିଖିତ ଆଦେଶ ଆଧାରରେ ପାସ୍ ପ୍ରସ୍ତୁତି କରାଯାଉଥିଲା । କିନ୍ତୁ ନୂଆ ଆଦେଶ ଅନୁଯାୟୀ ନିର୍ବାଚନ ଆୟୋଗର ଅନ୍ୟ ଅଧିକାରୀଙ୍କ ଅନୁମତିରେ ପାସ୍ ପ୍ରସ୍ତୁତ କରିବା ଉଲ୍ଲେଖ କରାଯାଇନାହିଁ ।
ଆଶ୍ଚର୍ଯ୍ୟର କଥା ଏହା ଯେ, ନିର୍ବାଚନ ଆୟୋଗରେ ପିଆଇବି ପ୍ରାପ୍ତ ସମ୍ବାଦଦାତା ମଧ୍ୟ ବିନା ପାସ୍ରେ ପ୍ରବେଶ କରିପାରିବେ ନାହିଁ ।