ଚେନ୍ନାଇ: ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସର ବଡ ଧରଣର ପରାଜୟ ଘଟିଥିଲେ ମଧ୍ୟ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବାକୁ ସକ୍ଷମ ହୋଇଛନ୍ତି ।
ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଏଚ ବସନ୍ତ କୁମାର ବିଜୟୀ ହୋଇଛନ୍ତି । ବସନ୍ତ କୁମାର ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କ ଦରମା ଟଙ୍କା ନିଜ ନିର୍ବାଚନ ମଣ୍ଡଳୀରେ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଓଡିଶାର ପୁରୀ ଲୋକସଭା ସାସଂଦ ପିନାକୀ ମିଶ୍ର ମଧ୍ୟ ସମସ୍ତ ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି ।