ETV Bharat / elections

ସିଦ୍ଧୁଙ୍କୁ ମହଙ୍ଗା ପଡିଲା ମୁସଲିମ କାର୍ଡ ଖେଳ - ମୁସଲିମ କାର୍ଡ

ବିହାରରେ ମୁସଲିମ କାର୍ଡ ଖେଳି ଫସିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ତାଙ୍କର ଏହି ବୟାନରେ ତାଙ୍କୁ ବିଭିନ୍ନ ମହଲରେ ତିବ୍ର ନିନ୍ଦା କରାଯିବା ସହ ତାଙ୍କ ନାମରେ ବାରସୋଇ ଥାନାରେ ଏତଲା ମଧ୍ୟ ରୁଜୁ କରାଯାଇଛି।

ଫଟୋ ସୌଜନ୍ୟ: ଫାଇଲ ଫଟୋ
author img

By

Published : Apr 17, 2019, 10:43 AM IST

ପାଟନା: ବିହାରରେ ମୁସଲିମ କାର୍ଡ ଖେଳିବା ମହଙ୍ଗା ପଡିଛି ପଞ୍ଜାବର ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହଙ୍କୁ । ବିହାରର କଟିହାରରେ ଏକ ନିର୍ବାଚନ ସଭାରେ ମୁସଲିମ ସଂପ୍ରଦାୟକୁ ଏକଜୁଟ୍ ହେବାକୁ ଆହ୍ବାନ କରି ଫସିଛନ୍ତି ସିଦ୍ଧୁ । ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଫ୍ଲାଇଂ ସ୍ବାର୍ଡର ଟିମ୍ ତାଙ୍କ ନାମରେ ବାରସୋଇ ଥାନାରେ ମାମଲା ରୁଜ୍ଜୁ କରିଛି ।

ଏନେଇ ଫ୍ଲାଇଂ ସ୍ବାର୍ଡର ଟିମ୍‌ର ଅଧିକାରୀ କହିଛନ୍ତି, ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ବାଚନ ଆୟୋଗକୁ ରିପୋର୍ଟ ପଠାଇ ଦିଆଯାଇଛି । । ପ୍ରକାଶ ଯେ, ଗତ ମଙ୍ଗଳବାର ବିହାରର କଟିହାର ସଂସଦୀୟ କ୍ଷେତ୍ରରେ ସାଧାରଣ ସଭାକୁ ସମ୍ଭୋଧିତ କରିବା ଅବସରରେ, କହିଥିଲେ ଦେଶରେ ମୁସଲିମ ସଂପ୍ରଦାୟକୁ ଅଳ୍ପସଂଖ୍ୟକ କୁହାଯାଉଛି । ଯଦି ସମସ୍ତ ମୁସଲିମ ଏକତ୍ରିତ ହୋଇ ଭୋଟ୍‌ ଦେବେ ତେବେ ଆଶାୟୀ ପ୍ରାର୍ଥୀ ତାରିକ୍‌ ଅନବରଙ୍କ ବିଜୟ ସୁନିଶ୍ଚିତ । ସିଦ୍ଧୁଙ୍କ ଏହି ବୟାନରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି । ସେ ମୁସଲିମ କାର୍ଡ ଖେଳି ଥିବାରୁ ଚାରିଆଡୁ ତିବ୍ର ସମାଲୋଚନା କରାଯାଇଛି ।

ଅନ୍ୟପଟେ ବିଜେପି ପ୍ରଦେଶ ଉପାଧ୍ୟକ୍ଷ ଦେବେଶ କୁମାର ମଧ୍ୟ ସିଦ୍ଧୁଙ୍କ ଟିପ୍ପଣୀଙ୍କୁ ନେଇ କଡା ନିନ୍ଦା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.