ETV Bharat / elections

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବୁଥ ମୁହାଁ ପୋଲିଂ ପାର୍ଟି

12ଶହରୁ ଅଧିକ ମହିଳାମାନଙ୍କୁ ଏଥର ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ ଚଳିତ ବର୍ଷ ମତଦାନ ପାଇଁ ଭଲ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିଂ ଅଧିକାରୀ ।

author img

By

Published : Apr 22, 2019, 11:43 PM IST

Updated : Apr 22, 2019, 11:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୋଲିଂ ପାର୍ଟି ପୁଣି ଥରେ ବୁଥ ମୁହାଁ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥରେ ଏବେ ପହଁଞ୍ଚିସାରିଲେଣି ପୋଲିଂ ପାର୍ଟି । ସେପଟେ ପୁରୀର ପିପିଲି, ସତ୍ୟବାଦୀ ଓ ବ୍ରହ୍ମଗିରିରେ ପୁଲିଂ ପାର୍ଟି ଗତକାଲି ଠାରୁ ପହଁଞ୍ଚିଥିବା ବେଳେ ଆଜି ପୁରୀ ସଦର ପାଇଁ ଡିସପୋଜାଲ ଟିମ ପଠାଯାଇଛି । 4ଟି ବିଧାନସଭା ନିର୍ବାଚନରେ 8 ଲକ୍ଷ 98 ହଜାର 554 ଜଣ ଭୋଟରଙ୍କ ପାଇଁ 1033 ବୁଥ କରାଯାଇଥିବା ବେଳେ 145ଟି ବୁଥ ସମ୍ବେଦନଶୀଳ ରହିଛି । ତେବେ ନିର୍ବାଚନର ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ପରିଚାଳନା ପାଇଁ ସିସିଟିଭି, କଡା ସୁରକ୍ଷା ବ୍ୟବସ୍ଥା, ଷ୍ଟକ ଇଭିଏମ ଓ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ 12ଶହରୁ ଅଧିକ ମହିଳାଙ୍କୁ ଏଥର ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ ଚଳିତ ବର୍ଷ ମତଦାନ ପାଇଁ ଭଲ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିଂ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ସଦରରେ 235ଟି ବୁଥ ହୋଇଥିବା ବେଳେ ସମୁଦାୟ ଭୋଟ ସଂଖ୍ୟା ହେଲା 2 ଲକ୍ଷ 39 ହଜାର 401 । ସେଥିମଧ୍ୟରୁ ପୁରୁଷ ଭୋଟର 1 ଲକ୍ଷ 24 ହଜାର 537 ଜଣ ଥିବାବେଳେ ମହିଳା ଭୋଟର 1 ଲକ୍ଷ 14 ହଜାର 864 ଜଣ ରହିଛନ୍ତି । ସେହିପରି ସତ୍ୟବାଦୀରେ 254ଟି ବୁଥ କରାଯାଇଥିବା ବେଳେ ସମୁଦାୟ ଭୋଟର ସଂଖ୍ୟା 2 ଲକ୍ଷ 4 ହଜାର 68 । ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର 1 ଲକ୍ଷ 6 ହଜାର 327 ଜଣ ଓ ମହିଳା ଭୋଟର 97 ହଜାର 741 ଜଣ ରହିଛନ୍ତି । ସେହିପରି ବ୍ରହ୍ମଗିରି ଅଞ୍ଚଳରେ 271 ବୁଥ ରହିଥିବା ବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 14 ହଜାର 294 ରହିଛି । ଏଥିରେ ପୁରୁଷ ଭୋଟର 1ଲକ୍ଷ 10 ହଜାର 857 ଜଣ ଓ ମହିଳା ଭୋଟର 1 ଲକ୍ଷ 3 ହଜାର 437 ଜଣ ରହିଛନ୍ତି । ପିପିଲିରେ 273 ଟି ବୁଥ ରହିଥିବା ବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 23 ହଜାର 494 ହୋଇଥିବା ବେଳେ ପୁରୁଷ ଭୋଟର 1ଲକ୍ଷ 16 ହଜାର 296 ଜଣ ଓ ମହିଳା ଭୋଟର 1 ଲକ୍ଷ 7 ହଜାର 196 ଜଣ ରହିଛନ୍ତି । 4ଟି ବିଧାନସଭାର ସମୁଦାୟ 8 ଲକ୍ଷ 98 ହଜାର 554 ଜଣ ଭୋଟର ରହିଛନ୍ତି ।

ନିର୍ବାଚନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଛି ଷ୍ଟ୍ରଙ୍ଗ ରୁମ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନୁଷ୍ଠିତ ହେଉଥିବା 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇ 6200 କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସୋମବାର 3ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 48ଶହ କର୍ମଚାରୀ ଓ ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ 14ଶହ ପୋଲିଂ କର୍ମଚାରୀ ଓ 50 ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ପୋଲିଂ କର୍ମଚାରୀମାନେ ଇଭିଏମ, ଭିଭିପାଟ, ଓ ଆବଶ୍ୟକ ଉପକରଣ ନେଇ ପୋଲିଂ ବୁଥରେ ପହଁଞ୍ଚି ସାରିଲେଣି । କୃଷ୍ଣପ୍ରସାଦର 14ଟି ପଂଚାୟତକୁ ମଧ୍ୟ ସ୍ୱତନ୍ତ୍ର ଗାଡି ଯୋଗେ ବାଲୁଗାଁ, ପାଲୁର ବାଟେ ଯିବା ପାଇଁ ସରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଚଳିତ ନିର୍ବାଚନକୁ ନେଇ ପୁଲିଂ କର୍ମଚାରୀ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ।

ଚଳିତ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ପାଇଁ ଭୋଟରଙ୍କୁ ସଚେତନ କରାଯାଇଛି। ସେପଟେ ପୁରୀରେ ଏଥର ଭଲ ଭୋଟିଂ ହେବ ବୋଲି ଆଶା କରିଛନ୍ତି ଜିଲାପାଳ ଓ ପୁଲିଂ ଅଧିକାରୀମାନେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Apr 22, 2019, 11:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.