ETV Bharat / crime

କର୍ଣ୍ଣାଟକ ଟାଉନରେ ଟେନସନ, ଅନ୍ୟଧର୍ମରେ ପ୍ରେମ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା

author img

By

Published : May 27, 2022, 12:06 PM IST

ଅନ୍ୟ ଧର୍ମର ଯୁବତୀଙ୍କୁ ପ୍ରେମ କରିବାରୁ ୨୫ ବର୍ଷୀୟ ହିନ୍ଦୁ ଯୁବକଙ୍କୁ କର୍ଣ୍ଣାଟକ କାଲାବୁରାଗୀରେ ହତ୍ୟା । ହତ୍ୟା ପରେ କାଲାବୁରାଗୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ଅନ୍ୟ ଧର୍ମର ଯୁବତୀଙ୍କୁ ପ୍ରେମ କରିବାରୁ ହିନ୍ଦୁ ଯୁବକଙ୍କୁ ବିଭତ୍ସ ହତ୍ୟା

ବେଙ୍ଗାଲୁରୁ: ଅନ୍ୟ ଧର୍ମର ଯୁବତୀଙ୍କୁ ପ୍ରେମ କରିବା ଯୁବକଙ୍କୁ ପଡିଲା ମହାଙ୍ଗା । ୨୫ ବର୍ଷୀୟ ହିନ୍ଦୁ ଯୁବକଙ୍କୁ କର୍ଣ୍ଣାଟକ କାଲାବୁରାଗୀରେ ବିଭତ୍ସ ହତ୍ୟା । ମୃତକ ଜଣଙ୍କ ହେଉଛନ୍ତି ୱାଡିଟାଉନର ଭୀମା ନାଗର ଲେଆଉଟର ବାସିନ୍ଦା ବିଜୟ କାମ୍ବଲେ । ଯୁବକଙ୍କୁ ହତ୍ୟା ପରେ କାଲାବୁରାଗୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପୋଲିସର ସୂଚନା ଅନୁସାରେ, କାମ୍ବଲେ ଅନ୍ୟ ଧର୍ମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଯୁବତୀଙ୍କ ପିରବାର ଲୋକ ଏହାକୁ ବିରୋଧ କରୁଥିଲେ । ପୋଲିସର ପ୍ରାଥମିକ ରିପୋର୍ଟ ଆନୁୟାୟୀ ଗତକାଲି କାମ୍ବଲେଙ୍କୁ ଓ୍ବେଲେଡ ରେଲଓ୍ବେ ବ୍ରିଜ ନିକଟରେ କିଛି ଦୁର୍ବୃତ୍ତ ଅଟକାଇଥିଲେ ।

ଏହାପରେ ତାଙ୍କୁ ଧାରୁଆ ଅସ୍ତ୍ର ଓ ପଥରରେ ଆକ୍ରାମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ କେଉଁ ମାନେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ସେନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.