ETV Bharat / crime

50 କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗକୁ ଖଣ୍ଡନ କଲା WhatsApp

author img

By

Published : Nov 29, 2022, 10:49 AM IST

ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗକୁ ଖଣ୍ଡନ କଲା ମେଟା ମାଲିକାନା ହ୍ବାଟସ୍ଆପ୍(WhatsApp denies 500 mn users data leak) । 50 କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗ ଭିତ୍ତିହୀନ କହିଲେ କମ୍ପାନୀର ମୁଖପାତ୍ର । ଅଧିକ ପଢନ୍ତୁ

50 କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗକୁ ଖଣ୍ଡନ କଲା WhatsApp
50 କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ଅଭିଯୋଗକୁ ଖଣ୍ଡନ କଲା WhatsApp

ନୂଆଦିଲ୍ଲୀ: 50 କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ମାମଲାକୁ ଖଣ୍ଡନ କଲା ମେଟା ମାଲିକାନା ହ୍ବାଟସ୍ଆପ୍(WhatsApp denies 500 mn users' data leak) । ସୋମବାର 487 ନିୟୁତ ଅର୍ଥାତ୍ ପାଖାପାଖି 50 କୋଟି ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ଚୋରି ହୋଇଥିବା ଅଭିଯୋଗକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି । ସାଇବରନ୍ୟୁଜ୍ ଡାଟା ଲିକ୍ ନେଇ କରିଥିବା ଦାବି ଭିତ୍ତିହୀନ ସ୍କ୍ରିନସଟ୍ ଉପରେ ଆଧାରିତ । ହ୍ବାଟସ୍‌ଆପ୍ ଠାରୁ 'ଡାଟା ଲିକ୍'ର କୌଣସି ପ୍ରମାଣ ନାହିଁ ବୋଲି କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି ।

ସୂଚନା ଅନୁସାରେ, ପ୍ରାୟ 500 ନିୟୁତ ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବରର 2022 ଡାଟାବେସ୍ ଲିକ୍ ହେବା ସହ ସେଗୁଡିକ ଅନଲାଇନରେ ବିକ୍ରି ହୋଇଥିବା ସାଇବର ନ୍ୟୁଜ୍(Cybernews) ତା'ର ଏକ ରିପୋର୍ଟରେ ପ୍ରକାଶ କରିଥିଲା । ଏହି ଡାଟାସେଟରେ 84ଟି ଦେଶରୁ ହ୍ବାଟସ୍‌ଆପ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିବା ନେଇ ଦାବି କରିବା ସହ ଜଣାଶୁଣ ହ୍ୟାକିଂ କମ୍ୟୁନିଟି 'ଫୋରମ୍' ହ୍ୟାକ୍ କରିଥିବା କହିଥିଲା ।

ସାଇବର ନ୍ୟୁଜ୍ ପ୍ରଥମେ ରିପୋର୍ଟ କରିଥିଲା ଯେ, 84 ଦେଶର 32 ମିଲିୟନ ଅର୍ଥାତ୍ 3 କୋଟି 20 ଲକ୍ଷରୁ ଅଧିକ ଆମେରିକୀୟ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ଚୋରି ହେବା ସହ ସର୍ବାଧିକ ଇଜିପ୍ଟର(45 ନିୟୁତ), ଇଟାଲୀର(35 ନିୟୁତ), ସାଉଦି ଆରବର(29 ନିୟୁତ), ଫ୍ରାନ୍ସ ଏବଂ ତୁର୍କୀର 20 ନିୟୁତ ନାଗରିକଙ୍କ ଫୋନ୍ ନମ୍ବର ଚୋରି ହୋଇଛି । ସେହିପରି ବିକ୍ରୟ ପାଇଁ ଡାଟାସେଟରେ ପ୍ରାୟ 10 ନିୟୁତ ଋଷିୟାନ୍ ଏବଂ 11 ମିଲିୟନରୁ ଅଧିକ ବ୍ରିଟେନର ନାଗରିକଙ୍କ ଫୋନ୍ ନମ୍ବର ଥିବା ସାଇବର ନ୍ୟୁଜ ଦାବି କରିଥିଲା । ସାଇବର ନ୍ୟୁଜ ଆହୁରି ମଧ୍ୟ ଦାବି କରିଥିଲା ଯେ, ହ୍ୟାକରମାନେ ଆମେରିକାର ଡାଟାସେଟକୁ 7,000 ଡଲାରରେ, ବ୍ରିଟେନ 2500 ଡଲାରରେ ଏବଂ ଜର୍ମାନୀ 2,000 ଡଲାରରେ ବିକ୍ରି କରୁଛନ୍ତି । ସାଇବର ଅନୁସନ୍ଧାନକାରୀମାନେ ହ୍ୟାକରମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ ।

ଅନୁସନ୍ଧାନରୁ ଜାଣିବାକୁ ପାଇଥିଲେ ଯେ, ସମସ୍ତ ହ୍ୟାକର ଜଣେ ଜଣେ ଆକ୍ଟିଭ୍ ହ୍ବାଟସ୍‌ଆପ୍ ୟୁଜର୍ସ । ସେମାନେ କିପରି ଡାଟା ଲିକ୍ କରିଥିଲେ ସ୍ପଷ୍ଟ କରିନଥିଲେ ମଧ୍ୟ କେଉଁ ଦେଶର କେତେ ଡାଟା ଏବଂ କେତେ ଡଲାରରେ ବିକ୍ରି କରୁଛନ୍ତି ଜଣାଇଥିଲେ । ମାତ୍ର ବର୍ତ୍ତମାନ କମ୍ପାନିର ମାଲିକାନା ମେଟା ପକ୍ଷରୁ ଏସମ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.