ETV Bharat / crime

ବିଳମ୍ବିତ ରାତିରେ ଫୋନ୍‌ରେ ଗପୁଥିଲା ଝିଅ, ତଣ୍ଟିଚିପି ହତ୍ୟା କଲା ସାବତ ବାପା

author img

By

Published : Dec 18, 2022, 3:49 PM IST

ଝିଅକୁ ହତ୍ୟା କଲା ବାପା । ବିଳମ୍ବିର ରାତି ପର୍ଯ୍ୟନ୍ତ ଫୋନରେ କଥା ହେବାରୁ ଝିଅକୁ ହତତ୍ୟା ପରେ ଥାନାରେ ଅତ୍ମସମର୍ପଣ କଲା ଅଭିଯୁକ୍ତ । ଅଧିକ ପଢନ୍ତୁ

stepfather kills daughter
stepfather kills daughter

ହାଇଦ୍ରାବାଦ: ସମ୍ପର୍କରେ ରକ୍ତ ଛିଟା, ସଇତାନ ସାଜିଲା ସାବତ ବାପା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ କଥା ହେବାରୁ ଝିଅର ରକ୍ତରେ ହୋଲି ଖେଳିଲା ବାପା । ତଣ୍ଟି ଚିପି ନାବାଳିକା ଝିଅର ଜୀବନ ନେଲା ପିଶାଚ ବାପା । ହାଇଦ୍ରାବାଦର ମୁଶିରାବାଦରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ହେଉଛି ମହମ୍ମଦ ତୌଫିକ । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ଜଶ୍ମିନ ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ମହମ୍ମଦଙ୍କ ଝିଅ ଫୋନରେ କଥା ହୋଇଥିଲେ । ସାବତ ବାପା ଏହା ଦେଖି ନାବାଳିକାଙ୍କୁ ପଚାରିବା ସହ ଫୋନ ଛଡାଇ ନେଇଥିଲେ । ଏହି ସମୟରେ ସାବତ ଝିଅ ଫୋନରେ ଲକ ପକାଇ ଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାବାତ ବାପା ତାର ସାବତ ଝିଅର ତଣ୍ଟିଚିପି ହତ୍ୟା କରିଥିଲା ।

ଏନେଇ ମୁଶିରାବାଦ ପୋଲିସ ଇନ୍ସପେକ୍ଟର କହିଛନ୍ତି, ''ବକରମର ବାସିନ୍ଦା ମହମ୍ମଦ ତୌଫିକଙ୍କ ସାବତ ଝିଅ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ କଥା ହେଉଥିବା ନୋଟିସ କରିଥିଲେ । ଏହାପରେ ସେ ଜଶ୍ମିନଙ୍କଠାରୁ ଫୋନଟିକୁ ଛଡାଇ ଆଣିଥିଲେ । ଏବଂ କାହା ସହ କଥା ହେଉଥିଲୁ ବୋଲି ପଚାରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ଝିଅକୁ ହତ୍ୟା କରିଥିଲା ସାବତ ବାପା'' । ତେବେ ଝିଅକୁ ହତ୍ୟା ପରେ ସକାଳ ୬ଟାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.