ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି । ରାଗରେ ଜର୍ଜରିତ ହୋଇ ପୁଅ ଭୁଲିଗଲା ରକ୍ତର ସମ୍ପର୍କ । ବାପାକୁ ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଗଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଗୋବିନ୍ଦପୁର ଥାନା ଅନ୍ତର୍ଗତ ସର୍ଗିଡ଼ିହି ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ମୋହନ ପାତ୍ର । ଅଭିଯୁକ୍ତ ପୁଅ ପ୍ରଶାନ୍ତ ପାତ୍ର ଫେରାର ଥିବା ବେଳେ ଆଜି ସକାଳୁ ପୋଲିସ ତାକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ମୋହନ ପାତ୍ରଙ୍କ ପରିବାରରେ ଦୀର୍ଘ ହେଲା ପାରିବାରିକ କଳହ ଲାଗି ରହିଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ପୁଅ ଉତ୍ୟକ୍ତ ହୋଇ ବାପାକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୁକ୍ତ ପୁଅ ପ୍ରଶାନ୍ତ ପାତ୍ରକୁ ପୋଲିସ ଗିରଫ କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ