ଗାନ୍ଧୀନଗର: ଗୁଜୁରାଟ ଗାୟିକା ବୈଶାଲୀ ବଲସାରାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା । ଏହାକୁ ଏକ ହତ୍ୟାକାଣ୍ଡ କୁହାଯାଉଥିବା ବେଳେ , କିଏ ବୈଶାଲୀଙ୍କୁ ହତ୍ୟା କଲା ଓ କଣ ରହିଛି ଏହା ପଛର କାରଣ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ ଏହି ସବୁ ପ୍ରଶ୍ନ ଉପରୁ ହଟିଲା ପରଦା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ତଥ୍ୟ । ଟଙ୍କା ଯୋଗୁଁ ଗାୟିକା ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ବୈଶାଲୀ ବଲସାରାଙ୍କ ଫେସବୁକର ଜଣେ ବନ୍ଧୁ ବବିତା ତାଙ୍କୁ ହତ୍ୟା କରିଛନ୍ତି । ଉଭୟଙ୍କ ମଧ୍ୟ ୨୫ ଲକ୍ଷ ଟଙ୍କା ନେଇ ବହୁ ସମୟରେ ବଚସା ଲାଗି ରହୁଥିଲା । ତେଣୁ ତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ ବବିତା । ଏନେଇ ପୋଲିସ ତରଫରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ଚାଞ୍ଚଲ୍ୟ, କାରରୁ ମିଳିଲା ଗୁଜୁରାଟ କଣ୍ଠଶିଳ୍ପୀ ବୈଶାଲୀଙ୍କ ମୃତଦେହ
ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୨୯ ତାରିଖ ଦିନ ବଲସାଦ ଜିଲ୍ଲାର ପାରଦିନି ପାର ନଦୀ ନିକଟରୁ ଏକ କାର ଭିତରରୁ ସନ୍ଦେହଜନକ ଭାବେ ଗାୟିକା ବୈଶାଲୀ ବଲସାରାଙ୍କ(singer Vaishali Balsara) ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ପାରଡି ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପାରଡି ପୋଲିସ ଯାଞ୍ଚ ଆରମ୍ଭ କରିଥିବା ବେଳେ ମୃତଦେହ ବଲସାଦର ଗାୟିକା ବୈଶାଲୀ ବଲସାରାଙ୍କର ବୋଲି ଜଣାପଡିଥିଲା । ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏଥି ପାଇଁ ଏଫ୍ଏସ୍ଏଲ୍ ଟିମର ସହାୟତା ଲୋଡିଥିଲା । ପରେ ଘଟଣାସ୍ଥଳରେ ଏଲସିବିର ଟିମ୍ ପହଞ୍ଚି ତଦନ୍ତ କରିଥିଲା । ତେବେ ଘଟଣାର ୫ଦିନ ପରେ ଗାୟିକାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିଛି । ତାଙ୍କ ତାଙ୍କ ଫେସବୁକର ଜଣେ ସାଙ୍ଗ ଟଙ୍କା ପାଇଁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଗାୟିକାଙ୍କ ସ୍ୱାମୀ ମୃତଦେହ ମିଳିବାର ପୂର୍ବ ଦିନ ବୈଶାଲୀ ବଲସାରା ନିଖୋଜ ଥିବା କହିଥିଲେ । ତେବେ ବବିତାଙ୍କୁ ପୋଲିସ ଗିରଫ କରିଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।
ଏନେଇ ପୋଲିସ କହିଛି ଯେ, ''ବୈଶାଲୀ ବଲସାରାଙ୍କ ଜଣେ ଫେସବୁକ ସାଙ୍ଗ ବବିତା ତାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଧାର ନଇଥିଲା। ୮ଲକ୍ଷ ଗାୟିକା ଜଣଙ୍କୁ ଫେରାଇଥିବା ବେଳେ ବାକି ଟଙ୍କା ନଫେରାଇବା ପାଇଁ ବବିତା ବୈଶାଲୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା ''।