ETV Bharat / crime

ଠେଲାରୁ ଲୁଗା ଚୋରି କରି ୨ ପୋଲିସ ଗିରଫ, ସିସିଟିଭିରେ କଏଦ ଦୃଶ୍ୟ - police thief in chitoor

ଠେଲା ଦୋକାନରୁ କପଡା ଚୋରି କରି ଗିରଫ ହେଲେ ଦୁଇ ପୋଲିସ ବାବୁ । ସିସିଟିଭିରେ କଏଦ ଚୋରି ସମୟର ଦୃଶ୍ୟ । ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାର ଏହି ଦୁଇ ପୋଲିସଙ୍କୁ ଗିରଫ କରିଛି ପୋଲିସ । ଉଭୟ ନିଲମ୍ବିତ । ଅଧିକ ପଢ଼ନ୍ତୁ...

ବସ୍ତ୍ର ଚୋରି କରି ଗିରଫ ହେଲେ ପୋଲିସ ବାବୁ
ବସ୍ତ୍ର ଚୋରି କରି ଗିରଫ ହେଲେ ପୋଲିସ ବାବୁ
author img

By

Published : Sep 12, 2021, 3:55 PM IST

ଅମରାବତୀ: ଠେଲା ଦୋକାନରୁ ଲୁଗା ଚୋରି କରି ଗିରଫ ହେଲେ ଦୁଇ ପୋଲିସ ବାବୁ । ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ପିଭିକେଏନ୍‌ କଲେଜ ପାଖ ରାସ୍ତାରେ ଜଣେ ବ୍ୟବସାୟୀ ଏକ ଛୋଟିଆ କାରରେ ବୁଲି କପଡ଼ା ବିକ୍ରି କରନ୍ତି । ତେବେ ଦିନମାନ କପଡ଼ା ବିକ୍ରି କରିବା ପରେ ସେହି ସ୍ଥାନରେ ଗାଡ଼ି ରଖି ଠେଲା ଉପରେ କପଡ଼ା ଘୋଡ଼ାଇ ଘରକୁ ଚାଲି ଯାଆନ୍ତି ।

ବସ୍ତ୍ର ଚୋରି କରି ଗିରଫ ହେଲେ ପୋଲିସ ବାବୁ

ଗତ କିଛିଦିନ ହେଲେ ଠେଲାରେ କପଡ଼ା ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ସେ ସକାଳୁ ଦେଖିବାକୁ ପାଇଥିଲେ । ଚୋରି ସନ୍ଦେହରେ ପାଖରେ ଲୁଚାଇ ଲଗାଇଥିବା ସିସିଟିଭି ଫୁଟେଜ ଦେଖିବାପରେ ସେ ଅବାକ ହୋଇ ପଡ଼ିଥିଲେ । କାରଣ ଠେଲାରୁ କପଡ଼ା ତ ଚୋରି ହେଉଥିଲା, ହେଲେ ଚୋର ଆଉ କେହି ନଥିଲେ, ଚୋରି କରୁଥିଲେ ପାଖ ପୋଲିସ ଷ୍ଟେସନର ଜଣେ କନେଷ୍ଟବଳ ଓ ସବ୍ ଇନ୍‌ସପେକ୍ଟର । ସିସିଟିଭିରେ କନେଷ୍ଟବଳ ଜଣକ ପୋଲିସ ପୋଷାକରେ ଥିବା ମଧ୍ୟ ଦେଖା ଯାଉଛି ।

ଏହାକୁ ନେଇ ବ୍ୟବସାୟୀ ଜଣକ ଚିତୁର ଜିଲ୍ଲା ପୋଲିସ ଏସପି ସେନ୍ଥିଲ୍ କୁମାରଙ୍କ ନିକଟରେ ଅଭିଯୋଗ କରିଥିଲେ । ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି କାଣ୍ଡରେ କନେଷ୍ଟବଳ ଇମିତିଆଜଙ୍କ ସହ ଥାନା ଅଧିକାରୀ ମହମ୍ମଦ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି । ଏହାପରେ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ଦୁଇ ପୋଲିସ ବାବୁଙ୍କୁ ଗିରଫ କରିଛି । ଏହାସହ ଦୁଇଜଣ ପୋଲିସବାଲା ଚୋରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.