ନୂଆଦିଲ୍ଲୀ: ବର୍ବର..ଅମାନୁଷିକ..ନୃଶଂସ.. ବିବାହ ପାଇଁ ଜିଦ କରିବାରୁ ନିଷ୍ଠୁର ପାଲଟିଗଲା ପ୍ରେମିକ । ପ୍ରେମିକାକୁ ହତ୍ୟା କରି ଶରୀରକୁ ଟିକ ଟିକ କରିଦେଲା ପିଶାଚ ପ୍ରେମିକ । ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜରେ ସାଇତି ରଖିଥିଲା । ଶେଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗିରଫ ହୋଇଥିଲା ପ୍ରେମିକ । ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ଛାତି ଥରା ଘଟଣା ଏବେ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେମିତି ଜଣେ ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରି ମୃତଦେହର ଖଣ୍ଡଖଣ୍ଡ ଅଙ୍ଗ ଫ୍ରିଜରେ ରଖିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଲୋକଟାଙ୍କୁରା ହତ୍ୟାକାଣ୍ଡର ସତ ବଖାଣିଲା ଦିଲ୍ଲୀ ପୋଲିସ । କ୍ରାଇମ ସିରିଜ ‘ଡେକ୍ସଟର’ ଦେଖି ପ୍ରେମିକାକୁ ହତ୍ୟା କରିଥିଲା ହତ୍ୟାକାରୀ ପ୍ରେମିକ ଅଫତାବ ପୁନଓ୍ବାଲା ।
ଫିଲ୍ମ ଡେକ୍ସଟର ଦେଖି ପ୍ରେମିକାକୁ ୩୫ ଖଣ୍ଡ
ହତ୍ୟା ଅଭିଯୋଗରେ ଗିରଫ ପରେ ପୋଲିସ ସମ୍ମୁଖରେ ସତ ଓଗାଳିଛି ଅଭିଯୁକ୍ତ ଅଫତର । ଏନେଇ ଆଜି ଦିଲ୍ଲୀ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଆମେରିକା ଟେଲିଭିଜନର କ୍ରାଇମ ସିରିଜ ହେଉଛି ଡେକ୍ସଟର । ଯେଉଁଥିରେ ସିରିଜର ମୁଖ୍ୟ ଚରିତ୍ର ସିରିଅଲ କିଲର ରହିଥିଲା । ସେ ଫିଲ୍ମରେ ମଣିଷଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପିସ ପିସ କରିଦେଉଥିଲେ । ଏହି ସିରିଜ ଦେଖିବାପରେ ସାମନ ଢଙ୍ଗରେ ହତ୍ୟାକାଣ୍ଡ ଘଟାଇବାକୁ ଚିନ୍ତା କରିଥିଲା ଅଭିଯୁକ୍ତ । ଏହି ପ୍ରିଲ୍ମରୁ ଆଇଡିଆ ପାଇବାପରେ ପ୍ରେମିକା ସହ ବଚସା ହେବାରୁ ସେ ସମାନ ଢଙ୍ଗରେ ହତ୍ୟା କରିଥିବା ପୋଲିସ କହିଛି ।
୬ ମାସ ପୂର୍ବେ ଘଟିଥିଲା ହତ୍ୟାକାଣ୍ଡ
ପୋଲିସ ଆହୁରି ମଧ୍ୟ କହିଛି ଯେ, ଗତ ମେ ୧୮ ତାରିଖରେ ଉଭୟଙ୍କ ମଧ୍ୟରେ ବସଚା ହୋଇଥିଲା । ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଯାହା ପରମୁହୁର୍ତ୍ତରେ ନେଇଥିଲା ଉଗ୍ରରୂପ । ପ୍ରେମିକା ଶ୍ରଦ୍ଧାଙ୍କୁ ନିରବ କରିବା ପାଇଁ ଅଫତାବ ପୁନଓ୍ବାଲା ଗଳକାଟି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନିଜ ଘରେ ଦୁଇ ଦିନ ଧରି ଯୁବତୀଙ୍କ ଶରୀରରୁ ଖଣ୍ଡ ଖଣ୍ଡ କରି କାଟି ଏକ ଛୋଟ ବ୍ୟାଗରେ ରଖିଥିଲା। ଏହାପରେ ଏକ ଫ୍ରିଜ କିଣି ସେଥିରେ ମୃତ ଶରୀରକୁ ରଖିଥିଲା । ଦିଲ୍ଲୀର ଛତ୍ରପୁର ପାହାଡି ଅଞ୍ଚଳରେ ଭଡା ରହୁଥିବା ବେଳେ ସେଠାରୁ ଯେମିତି ଦୁର୍ଗନ୍ଧ ବାହାରକୁ ନଆସେ ସେଥି ପାଇଁ ରୁମ୍ ଫ୍ରେନ୍ସର, ଧୂପକାଠି ଏବଂ ଅନ୍ୟାନ୍ୟ ସୁଗଦ୍ଧ ଜିନିଷ ବ୍ୟବହାର କରୁଥିଲା । ଏହାପରେ ମୃତ ଶରୀର ଗୋଟିଏ ଗୋଟିଏ ଖଣ୍ଡ ଦୁଇରୁ ତିନି ମାସ ମଧ୍ୟରେ ମେହେରାଲି ଅଞ୍ଚଳକୁ ଯାଇ ସେଠାରେ ଫୋପାଡିଥିଲା ।
ଡେଟିଂ ଆପରେ ଶ୍ରଦ୍ଧା ଓ ପୁନଓ୍ବାଲା ପରିଚିତ ହୋଇଥିଲେ
ଅଫତାର ପୁନଓ୍ବାଲା ଗୁରୁଗାଓଁର ଏକ କଲ ସେଣ୍ଟରରେ କାର୍ଯ୍ୟ କରୁଥିଲେ । ତିନି ବର୍ଷ ପୂର୍ବେ ଏକ ଡେଟିଂ ଆପରେ ଶ୍ରଦ୍ଧା ଓ ପୁନଓ୍ବାଲା ପରିଚିତ ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏହାପରେ ଦୁହେଁ ଏକାଠି ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଲାଗିଲେ । ତେବେ ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଜାଣିବା ପରେ ସମ୍ପର୍କକୁ ବିରୋଧ କରିବା ସହ ଅଫତାବଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀର ଏକ ଫ୍ଲାଟରେ ଘରଭଡା ନେଇ ରହୁଥିଲେ ଦିଲ୍ଲୀରେ ରହିବା ପୂର୍ବରୁ ସେମାନେ ଋିଷିକେଶ ବୁଲିବାକୁ ଯାଇଥିଲେ ।ତେବେ କିଛି ମାସ ଧରି ପରିବାର ସହ ଶ୍ରଦ୍ଧାଙ୍କର କୌଣସି ଯୋଗାଯୋଗ ନରହିବା କାରଣରୁ ପରିବାରଲୋକଙ୍କୁ ସନ୍ଦେହ ହୋଇଥିଲା । ସେମାନେ ଶ୍ରଦ୍ଧାଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା । ଝିଅର କୌଣସି ଖବର ନପାଇବା କାରଣରୁ ମୁମ୍ବାଇରେ ଏକ ଥାନାରେ ଶ୍ରଦ୍ଧାଙ୍କ ନିଖୋଜ ଏତଲା ଦେଇଥିଲେ ପରିବାର ଲୋକେ ।
ସ୍ତ୍ରୀକୁ ହତ୍ୟା ପରେ ୩ଶହ ଖଣ୍ଡ କରିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର
ତେବେ ଗତ ୯ ବର୍ଷ ତଳେ ଓଡିଶାର ଭୁବନେଶ୍ବରରେ ଘଟିଥିଲା ଏପରି ଏକ ଛାତିଥରା ହତ୍ୟାକାଣ୍ଡ, ଜଣେ ଅବସରପ୍ରାପ୍ତ ସେନା ଡାକ୍ତର ସୋମନାଥ ପରିଡ଼ା ସହଧର୍ମିଣୀ ଉଷଶ୍ରୀ ପରିଡ଼ାଙ୍କୁ ନୟାପଲ୍ଲୀର ନିଜ ବାସଭବନରେ ହତ୍ୟା ପରେ କରିଦେଇଥିଲେ ୩ ଶହ ଖଣ୍ଡ । ସ୍ତ୍ରୀକୁ ୩ଶହ ଖଣ୍ଡ କରିବା ପରେ ୨୧ଟି ଷ୍ଟିଲ ଡବାର ଓ ୨ଟି ବାକ୍ସରେ ଭର୍ତ୍ତି କରି ରଖିଥିଲା ଅଭିଯୁକ୍ତ । ଆରି ଓ କରତ ବ୍ୟବହାର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ ଅବସରପ୍ରାପ୍ତ ସେନା ଡାକ୍ତର । ଗତ ୨୦୧୩ ଜୁନ ୨୨ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ହତ୍ୟାକାଣ୍ଡର ଗୁମର ଖୋଲିଥିଲେ କର୍ଣ୍ଣେଲଙ୍କ ଝିଅ । ବାପାଙ୍କୁ ଫୋନ କରି ତାଙ୍କ ଝିଅ ମାଆଙ୍କ ସହ କଥା ହେବାକୁ କହିଥିଲେ । କିନ୍ତୁ ସୋମନାଥ ଏଥିରେ ଉତକ୍ଷିପ୍ତ ହୋଇଥିଲେ । ଫଳେ ଝିଅର ସନ୍ଦେହ ହେବାରୁ ସେ ରାଜଧାନୀରେ ରହୁଥିବା ମାମୁଁଙ୍କୁ ଘରକୁ ପଠାଇଥିଲେ । ସେ ଠାରେ ପହଞ୍ଚିବା ପରେ ଦୁର୍ଗନ୍ଧରେ ଘର ଫାଟିପଟଡୁଥିଲା । ଏହାପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଣାସ୍ଥଳରେ ପହଞ୍ଚି ଉଷାଶ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ୨୧ଟି ଷ୍ଟିଲ ଡବା, ଦୁଇଟି ବଡ଼ ବାକ୍ସରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ପାଇଥିଲା । ଏହାପରେ ଅଭିଯୁକ୍ତ କର୍ଣ୍ଣେଲଙ୍କୁ ଗିରଫ କରାଯାଇଥିଲା । ଘଟଣାର ୭ ବର୍ଷ ପରେ ଗତ ୨୦୨୦ରେ ଅଭିଯୁକ୍ତକୁ ଦଣ୍ଡବିଧାନ କରିଥିଲେ ଭୁବନେଶ୍ବର କୋର୍ଟ ।