ETV Bharat / crime

ସମ୍ପର୍କରେ କଳଙ୍କ: ଝିଅକୁ 4 ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା

author img

By

Published : Dec 24, 2022, 10:16 AM IST

ମହାରାଷ୍ଟ୍ରରରେ ଲଜ୍ଜା, ଝିଅକୁ ଦୁଷ୍କର୍ମ କଲା ବାପା । ଦିନେ କି ଦୁଇ ଦିନ ନୁହେଁ ବରଂ ୪ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରିଚାଲିଥିଲା ପିଶାଚ ବାପା । ବ୍ୟକ୍ତି ଜଣକ ଓଡିଶାର ହୋଇଥିବା ସୂଚନା । ଅଧିକ ପଢନ୍ତୁ

father raped daughter
father raped daughter

ମୁମ୍ବାଇ: ହଜିଗଲା ମାନବିକତା, ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ପିଶାଚ ବାପା ଘଟାଇଲା ନାରକୀୟ କାଣ୍ଡ । ଜନ୍ମିତ ଝିଅକୁ ଦୁଷ୍କର୍ମ କଲା ବାପା । ଦିନେ କି ଦୁଇ ଦିନ ନୁହେଁ ବରଂ ୪ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରିଚାଲିଥିଲା ବାପା (father raped daughter) । ଅଭିଯୁକ୍ତ ବାପା ଏପରି କରିନାମା କରିଚାଲିଥିବା ବେଳେ ଅଟକାଇବା ବଦଳରେ ଉତ୍ସାହିତ କରୁଥିଲେ ପୀଡିତାଙ୍କ ମାଆ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେର କୋଣ୍ଡଓ୍ବାରେ ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ଓଡିଶାର ହୋଇଥିବା ବେଳେ ମହାରାଷ୍ଟ୍ରର କୋଣ୍ଡଓ୍ବାର ଓ୍ବାଗୋଲିରେ ପରିବାର ସହ ରହୁଥିଲା । ସେଠାରେ ଏକ ଗ୍ୟାରେଜରେ କାମ ମଧ୍ୟ କରୁଥିଲା । ତେବେ ସେ ଅନେକ ସମୟରେ ନିଜର ୨୦ ବର୍ଷିୟ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା । ଦୀର୍ଘ ୪ ବର୍ଷ ଧରି ଝିଅର ଯୌନ ଶୋଷଣ କରିଚାଲିଥିବା ବେଳେ ଅଟକାଇବା ପରିବର୍ତ୍ତେ ଅଭିଯୁକ୍ତକୁ ସାହାଯ୍ୟ କରୁଥିଲେ ତାଙ୍କ ପତ୍ନୀ ଓ ସାଙ୍ଗ । ଶେଷରେ ଅତିଷ୍ଠ ହୋଇ ଥାନାରେ ପହଞ୍ଚି ବାପା ମାଆ ଓ ତାଙ୍କ ସାଙ୍ଗ ବିରୋଧରେ ଥାନାରେ ଏତଲା ଦେଇଥିଲେ ପୀଡିତା ଜଣଙ୍କ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ତିନି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ଲୋନିକାନ୍ଦ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଋଣ ଜାଲିଆତି ମାମଲା: ପୂର୍ବତନ CEO ଚନ୍ଦା କୋଚର ଓ ସ୍ଵାମୀ ଦୀପକ କୋଚର ଗିରଫ

ତେବେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ଅସୁରକ୍ଷିତ ହୋଉପଡୁଛନ୍ତି ମହିଳା । ବିଗତ କିଛି ଦିନରେ ଅନେକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ମହିଳା ଜଣଙ୍କ ସହରର ବେଞ୍ଜ ସର୍କଲରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଗତ ୧୭ ତାରିଖ ଦିନ ଜଣେ ବ୍ୟକ୍ତି ମହିଳାଙ୍କ ସନାତନଗରର ଏକ ଘରକୁ ନେଇଯାଇଥିଲେ । ସେଠାରେ ସେ ଅନ୍ୟ ତିନି ସାଙ୍ଗଙ୍କ ସହ ମଦ୍ୟପାନ କରି ତାଙ୍କୁ ତିନି ଦିନ ଧରି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ସୋମବାର ମହିଳାଙ୍କୁ ଉକ୍ତ ସ୍ଥାନରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ସହରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାପରେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.