କଟକ: ସିଲଭର ସିଟିରେ ଦିନକୁ ଦିନ ସାମ୍ନାକୁ ଆସୁଛି ଅପରାଧ ମାମଲା । କଟକ ସହରରୁ ପୁଣି ଏକ ବନ୍ଧୁକ ରାକେଟ ଠାବ ହୋଇଛି । ୧୧ ଟି ବନ୍ଧୁକ ସହ ୫୧ ରାଉଣ୍ଡ ଗୁଳି ଜବତ କରିବା ସହିତ 4ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ ।
ଗିରଫ ଚାରି ଅଭିଯୁକ୍ତଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି । ରାକେଟର ମୁଖ୍ୟ ଟୁକୁନା ସ୍ୱାଇଁ ଡ଼ି ବ୍ରଦର୍ସର ଜଣେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଟୁକୁନା ସ୍ବାଇଁକୁ ଜେରା କରିବାବେଳେ ପୋଲିସକୁ ଏହି ତଥ୍ୟ ମିଳିଥିଲା । କଟକରେ 3 ମାସ ମଧ୍ୟରେ 43ଟି ବନ୍ଧୁକ ଓ 225 ଗୁଳି ଜବତ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ