ETV Bharat / crime

ଝାଡଖଣ୍ଡରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ସ୍ତ୍ରୀକୁ ୫୦ ଖଣ୍ଡ କଲା ସ୍ବାମୀ - ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ

ସଇତାନ ସାଜିଲା ସାତ ଜନ୍ମର ସାଥି ହେବାକୁ କଥା ଦେଇଥିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ପରେ ଶରୀରକୁ କଲା ଖଣ୍ଡ ଖଣ୍ଡ । ଅଧିକ ପଢନ୍ତୁ

Husband brutally murdered his wife
ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ
author img

By

Published : Dec 18, 2022, 11:12 AM IST

Updated : Dec 19, 2022, 11:58 AM IST

ରାଞ୍ଚି: ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକ ପରେ ଝାଡଖଣ୍ଡରେ ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି । ସାତ ଜନ୍ମର ସାଥି ହେବାକୁ କଥା ଦେଇ ସଇତାନ ପାଲଟିଗଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ପରେ ଶରୀରରକୁ ୫୦ ଖଣ୍ଡ କରି ଦେଲା ସ୍ବାମୀ । ଝାଡଖଣ୍ଡର ସାହିବଗଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଛାତିଥରା ଘଟଣା (Husband brutally murdered his wife in Sahibganj )। ମୃତ ମହିଳା ଜଣଙ୍କ ହେଉଛନ୍ତି ରୁବିକା ପହରିଆ । ଏନେଇ ସାହିବଗଞ୍ଜ ଏସପି ଅନୁରଞ୍ଜନ କିସପୋଟା ସୂଚନା ଦେଇଛନ୍ତି । ହତ୍ୟାକରୀ ଅଭିଯୁକ୍ତ ସ୍ବାମୀ ହେଉଛି ଦିଲଦାର ଅନସାରୀ ।

ସାହିବଗଞ୍ଜ ଏସପି କହିଛନ୍ତି ଯେ, ''ଅଭିଯୁକ୍ତ ଦିଲଦାର ଅନସାରୀ ରୁବିକାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଗତ କିଛି ଦିନ ହେବ ମୃତ ମହିଳା ଜଣଙ୍କ ନିଖୋଜ ଥିଲେ । ଏନେଇ ରୁବିକାଙ୍କ ସମ୍ପର୍କୀୟ ଶନିବାର ବାରିଓ ପୋଲିସ ଷ୍ଟେସନରେ ଏକ ନିଖୋଜ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ସେହି ଦିନ ରାତିରେ ମହିଳା ଶରୀର ୧୮ ଖଣ୍ଡ ମାଂସ ଖଣ୍ଡ ଜବତ କରିଥିଲା ''।

ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ରୁବିକାଙ୍କୁ ତାଙ୍କ ସ୍ବାମୀ ହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଛି । ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ତାର ଶରୀରରକୁ ୫୦ ଖଣ୍ଡ କରିଦେଇଥିଲା । ରୁବିକାକୁ ହତ୍ୟା କରିବାରେ ଅଭିଯୁକ୍ତ ଇଲେକ୍ଟ୍ରିକ କଟର ବ୍ୟବହାର କରିଥିବା ପୋଲିସ ଅନୁମାନ କରୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ସମ୍ପର୍କୀୟ ସହ ଲାଗିଥିଲା ପ୍ରେମିକାର ବିବାହ, ଜୀବନ ନେଇଗଲା ପ୍ରେମିକ

ଗତ ମାସରେ ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ତାଙ୍କର ଲିଭ୍ ଇନ୍ ପାର୍ଟନର ହତ୍ୟା ପରେ ୩୫ ଖଣ୍ଡ କରିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ଘଟଣା ପରେ ଏବେ ସମାନ ଢଙ୍ଗରେ ଅନେକ ହତ୍ୟା ଘଟଣା ସାମ୍ନାକୁ ଆସୁଛି ।

Last Updated : Dec 19, 2022, 11:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.