ETV Bharat / crime

ରାଜଧାନୀରେ ଜିମ ମାଲିକଙ୍କୁ ଗୁଳି କରି ହତ୍ୟା

ଦିଲ୍ଲୀରେ ଜିମ୍ ମାଲିକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

Gym owner shot dead in Delhi
Gym owner shot dead in Delhi
author img

By

Published : Dec 31, 2022, 8:52 AM IST

ନୂଆଦିଲ୍ଲୀ: ରାଜଧାନୀରେ ଜିମ ମାଲିକଙ୍କୁ ହତ୍ୟା । ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ(Gym owner shot dead in Delhi) । ଗତକାଲି ସଂଧ୍ୟା ସମୟରେ ଦିଲ୍ଲୀର ପ୍ରୀତ ବିହାର ବଜାର ଘଟିଛି ଏହି ଘଟଣା । କେହି ଦୁର୍ବୃତ୍ତ ଜିମ ମାଲିକଙ୍କୁ ଉପରକୁ ଗୁଳି ଚଲାଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ମହିନ୍ଦର । ସେ ଦିଲ୍ଲୀରେ ଏନର୍ଜି ଏବଂ ସ୍ପା ନାମକ ଏକ ଜିମ୍ ଚଳାଉଥିଲେ ।

ପୋଲିସର ସୂଚନା ଅନୁଯାୟୀ, ''ତିନିଜଣ ଦୁର୍ବୃତ୍ତ ଗତକାଲି ଜିମ ଭିତରକୁ ଯାଇ ମହିନ୍ଦରଙ୍କ ଉପରକୁ ଗୁଳି ଚଲାଇଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ସେ ଟଳିପଡିଥିଲେ । ଏହାପରେ ସଙ୍ଗେ ସଙ୍ଗେ ମହିନ୍ଦରଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି । '' ତେବେ କେଉଁ କାରଣରୁ ଜିମ ମାଲିକଙ୍କୁ ହତ୍ୟା କରାଗଲା ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । ଏନେଇ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-Hockey World Cup: କେରଳ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଓଡିଶାର କୃଷିମନ୍ତ୍ରୀ

ପ୍ରାଥମିକ ତଦନ୍ତ ଅନୁଯାୟୀ, ''ଏହି ହତ୍ୟାକାଣ୍ଡ ଘଟଣାଇଥିବା ବ୍ୟକ୍ତି ଜିମ ମାଲିକଙ୍କୁ ଭଲ ଭାବେ ଜାଣିବା ସହ ଏହି ଅଞ୍ଚଳ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ଅବଗତ ରହିଛି । ସେମାନେ ନିଜର ପରିଚୟ ଲୁଚାଇବା ପାଇଁ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିର DVR ନେଇ ଯାଇଥିଲେ। ଏହି ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ହତ୍ୟାକାରୀ ମାନେ ଏହି ସ୍ଥାନକୁ ପୂର୍ବରୁ ମଧ୍ୟ ଯାଇଛନ୍ତି । ଏହି ହତ୍ୟାଘଟଣାରେ ଜଡିତ ଥିବା ବ୍ୟକ୍ତିଙ୍କୁ ଆମେ ଖୋଜୁଛୁ । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଅନେକ ଦୋକାନ ଥିବାରୁ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛୁ । ଆମର ଆଶା ଖୁବଶୀଘ୍ର ଆମେ ହତ୍ୟାକାରୀଙ୍କୁ ଗିରଫ କରିବୁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.