ETV Bharat / crime

ପରିବା ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା, ୪ ଗିରଫ

author img

By

Published : Oct 8, 2022, 4:31 PM IST

ମୟୂରଭଞ୍ଜ ମହୁଲଡ଼ିହା ଥାନା ଅଞ୍ଚଳରେ ପରିବା ବିକାଳୀଙ୍କୁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ । ଅଧିକ ପଢନ୍ତୁ

ପରିବା ବିକାଳୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା, ୪ ଜଣ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ପ୍ରଧାନସାହିରେ ପରିବା ବିକଳୀଙ୍କୁ ହତ୍ୟାକାଣ୍ଡ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡ ପଛରେ ମୃତ ଭାଗମାତଙ୍କ ବୋହୂର ମାମୁଁ ପୁଅ ଭାଇ ମୁଖ୍ୟ ଖଳନାୟକ ଥିବାବେଳେ ତା' ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୨୯ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ସୂଚନା ଅନୁଯାୟୀ, ପ୍ରଧାନସାହି ଗ୍ରାମର ଭାଗମାତ କାଣ୍ଡିୟାଙ୍ଗ ଗୁରବାର ସାପ୍ତାହିକ ହାଟକୁ ପରିବା ବିକ୍ରି କରିବାକୁ ଯାଇ ନିଜର ଲୁନା ଯୋଗେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ଗ୍ରାମ ନିକଟରେ ତାଙ୍କୁ ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରାଯାଇଥିଲା । ତା' ପରଦିନ ସକାଳେ ରାସ୍ତାକଡରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ତ୍ରୀ ନଗେଶ୍ବରୀ ମହୁଲଡ଼ିହା ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରିଥିଲା ।

ଛାନଭିନରୁ ଏହି ହତ୍ୟାକାଣ୍ଡ ପଛରେ ଶାଳଚୁଆ ଗ୍ରାପ ବାଉଁଶପାଣି ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ସମାଡ଼ (୨୫), ରମେଶ ହାଇବୁରୁ (୩୯), ବିରେନ୍ଦ୍ର ହାଇବୁରୁ(୩୮), ବିରସିଂ ହୋ (୨୫ ) ଥିବା ଜଣାପଡିଥିଲା । ଏହାପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା କରିଛି । ପୋଲିସର ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ମୃତକ ଭାଗମାତ ନିଜ ବୋହୂକୁ ଘରେ ଅସଦାଚରଣ କରିଥିଲେ । ଏହାପରେ ବୋହୂ ଶାଶୁ ଘର ଛାଡି ଗ୍ରାମ ନିକଟରେ ଜଣେ ସମ୍ପର୍କୀୟ ଘରେ ରହିଥିଲେ ।

ଏ ଘଟଣା ସମ୍ପର୍କରେ ବୋହୂ ବଡବାପା ଓ ମାମୁଁ ଘରକୁ ଜଣାଇଥିଲେ । ମାମୁଁ ଘର ଲୋକେ ଆସି ତାଙ୍କ ନିଜ ଘର ବାଉଁଶପାଣିକୁ ନେଇ ଯାଇଥିଲେ । କିଛିଦିନ ପରେ ଗୁରବାର ହାଟକୁ ଶ୍ବଶୁର ଭାଗମାତ ପରିବା ବିକ୍ରି କରିବାକୁ ଯାଇଥିବାବେଳେ ବୋହୂର ମାମୁଁ ପୁଅ ଭାଇ ଆଦିତ୍ୟ ତାଙ୍କୁ ହାଟରେ ଦେଖି ରାଗ ଜର୍ଜରିତ ହୋଇ ମାରିଦେବାକୁ ଯୋଜନା କରିଥିଲା ।

ଏହାମଧ୍ୟ ପଢନ୍ତୁ: ଛେଳି ଖୋଜିବାକୁ ଯାଇଥିଲେ ଯୁବତୀ ଟାଣିନେଲା କୁମ୍ଭୀର, ମିଳୁନି ପତ୍ତା

ହାଟରୁ ରାତିରେ ଭାଗମାତ ନିଜ ଘରକୁ ଫେରୁଥିବା ବେଳେ ଆଦିତ୍ୟ ଓ ତାଙ୍କର ୩ ଜଣ ସମ୍ପର୍କୀୟ ସହଯୋଗୀ ପିଛା କରି ଗ୍ରାମ ନିକଟରେ ଅଟକାଇ ଛୁରୀ ଭୁସି ହତ୍ୟା କରିଥିଲେ । ଏନେଇ ଥାନା ଅଧିକାରିଣୀ ରଞ୍ଜୁ ହସିନା କୁଲୁ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଈ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.