ETV Bharat / crime

Hyderabad Honor Killing: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - ହାଇଦ୍ରାବାଦରେ ଅନର କିଲିଂ

ହାଇଦ୍ରାବାଦର ବେଗମ୍ ବଜାରର ମାଛି ମାର୍କେଟରେ ଅନର କିଲିଂ (Honor killing) ଘଟଣା । ୪ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Honor Killing in Hyderabad:  ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
Hyderabad Honor Killing: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
author img

By

Published : May 22, 2022, 12:06 PM IST

ହାଇଦ୍ରାବାଦ: ବେଗମ୍ ବଜାରର ମାଛି ମାର୍କେଟରେ ଅନର କିଲିଂ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଅନ୍ୟଜାତିରେ ପ୍ରେମ ବିବାହ କରିବାରୁ ନୀରଜ ପାନୱାର ନାମକ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ପତ୍ନୀଙ୍କ ପରିବାର ଲୋକେ । ଏନେଇ ମୃତକଙ୍କ ପରିବାର ତରଫରୁ ଶାହିନୟାଥଗୁଞ୍ଜ ଥାନାରେ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-ହାଇଦ୍ରାବାଦରେ ପୁଣି ଅନର କିଲିଂ, ଜ୍ବାଇଁକୁ ହତ୍ୟାକଲେ ପତ୍ନୀଙ୍କ ପରିବାର !

ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଏକ ବର୍ଷ ପୂର୍ବ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ । କିନ୍ତୁ ତାଙ୍କ ପତ୍ନୀଙ୍କ ପରିବାର ଲୋକେ ଏଥିରେ ରାଜି ନଥିଲେ । ଅନେକ ସମୟରେ ଜ୍ବାଇଁଙ୍କୁ ହତ୍ୟା ଧମକ ଦେଉଥିଲେ ପତ୍ନୀଙ୍କ ପରିବାର ସଦସ୍ୟ । ତେବେ ଗତ ଶୁକ୍ରବାର ଶୁକ୍ରବାର ନିରଜ ତାଙ୍କ ବାପାଙ୍କ ସହ ବେଗମ ବଜାର ଆସିଥିବା ବେଳେ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ତାଙ୍କୁ ଛୁରୀରେ ପତ୍ନୀଙ୍କ ସମ୍ପର୍କୀୟମାନେ ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ନିରଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.