ETV Bharat / crime

Sri Mandir Servitor Murder Case: ଆଉ 4 ଅଭିଯୁକ୍ତ ଗିରଫ

author img

By

Published : Mar 22, 2022, 12:45 PM IST

Updated : Mar 22, 2022, 3:31 PM IST

ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Sri Mandir Servitor Murder:  ଆଉ 4 ଅଭିଯୁକ୍ତ ଗିରଫ

ପୁରୀ: ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡରେ ଆଉ 4 ଅଭିଯୁକ୍ତକୁ ଗିରଫ କଲା ପୁରୀ ପୋଲିସ । ଘଟଣାରେ ପୁରୀ ପୋଲିସ ପୂର୍ବରୁ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରିଙ୍କୁ ପୋଲିସ ଗିରଫ କରି ସାରିଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି କୁନମୁନ ସୁଆର , ଟୁଟୁ ମହାପାତ୍ର , ହରି ପଣ୍ଡା ଓ ଜଗନ ଖଟେଇ । ସମସ୍ତ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି 4 ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇବା ପରେ ଖସି ପଳାଇ ଥିଲେ। ପ୍ରଥମେ ପୁରୀ ସାତପଡା ଜଙ୍ଗଲରେ ଲୁଚି ରହିବା ପରେ ଚିଲିକା ଭିତରେ ଏକ ବୋଟରେ 2 ଦିନ 2 ରାତି କାଟିଥିଲେ।

ରାଜ୍ୟ ବାହାରକୁ ଖସି ଯିବାକୁ ଯୋଜନା କରି ବ୍ରହ୍ମପୁର ଓ ପରେ କୋରାପୁଟ ଯାଇଥିଲେ। ତେବେ ପୋଲିସ ଅଭିଯୁକ୍ତଙ୍କୁ ଶେଷରେ କୋରାପୁଟରୁ ଧରିବାରେ ସଫଳ ହୋଇଛି। 2012 ମସିହାରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣା ପ୍ରତିଶୋଧ ନେଇ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ ।

ଗୁନ ସିଂହାରିଙ୍କ ହତ୍ୟା ମାମଲାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇଥିଲେ । ପରେ ପ୍ରମାଣ ଅଭାବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ଘଟଣା ର ପ୍ରତିଶୋଧ ନେବା ପାଇଁ ଗୁନ ସିଂହାରିଙ୍କ ଭାଇ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରି ମିଶି କୃଷ୍ନଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଗତ 16 ତାରିଖରେ ବାରବାଟୀ ଜାଗାରେ କୃଷ୍ନଚନ୍ଦ୍ର ବସିଥିବା ବେଳେ ଅଭିଯୁକ୍ତମାନେ ଗୁଳି କରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ। ଏହାକୁ ନେଇ ପୁରୀ ଏସପି କେ ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 22, 2022, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.