ETV Bharat / crime

ଲାଞ୍ଚୁଆ କିରାଣୀଙ୍କୁ 2 ବର୍ଷ ଜେଲଦଣ୍ଡ, 20 ହଜାର ତଣ୍ଡ

ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଯୋଜନା କାର୍ଯ୍ୟାଳୟର କିରାଣୀ ପ୍ରତାପ ଚନ୍ଦ୍ର କେସିଙ୍କୁ ଲାଞ୍ଚ ନେବା ମହଙ୍ଗା ପଡିଛି । ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହେବା ସହ 2ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଅଧିକ ପଢନ୍ତୁ....

author img

By

Published : Feb 13, 2021, 8:01 AM IST

ଲାଞ୍ଚୁଆ କିରାଣୀ
ଲାଞ୍ଚୁଆ କିରାଣୀ

ବାରିପଦା:ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଯୋଜନା କାର୍ଯ୍ୟାଳୟର କିରାଣୀ ପ୍ରତାପ ଚନ୍ଦ୍ର କେସିଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ କୋର୍ଟ । ତାଙ୍କୁ 2 ବର୍ଷ ଜେଲଦଣ୍ଡାଦେଶ ସହ କୋର୍ଟ 20 ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି ।

ଜିଲ୍ଲା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ବିଚାରପତି ପ୍ରଣବ କୁମାର ପାତ୍ର ଉକ୍ତ ମାମଲାର ବିଚାର କରି ଏହି କାରାଦଣ୍ଡର ଆଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ସ୍ବତନ୍ତ୍ର ଯୋଜନା କାର୍ଯ୍ୟାଳୟର କିରାଣୀ ପ୍ରତାପ ଚନ୍ଦ୍ର କେସି 2013 ମସିହାରେ ବାରିପଦା ହୁଡକୋ କଲୋନୀର ଏକ ଘରର ମାଲିକାନା ପରିବର୍ତ୍ତନ କରିବା ପାଇଁ କ୍ରେତା ଶୋଭନ ଦାସଙ୍କ ଠାରୁ 45ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ।

ଏହାକୁ ନେଇ ଶୋଭେନ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଯୋଜନା ଅନୁଯାୟୀ ଲାଞ୍ଚ ନେଉଥିବାବେଳେ କିରାଣୀଙ୍କୁ ଧରିଥିଲା ଭିଜିଲାନ୍ସ । ପରେ ଉକ୍ତ ଘଟଣାରେ ସେ ଜାମିନ ନେଇ ପୁନର୍ବାର ଆସି କାର୍ଯ୍ୟ କରୁଥିଲେ ।

ତେବେ ଶୁକ୍ରବାର ମାମଲାର ବିଚାର କରାଯାଇ ବାରିପଦା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ 2 ବର୍ଷ ଜେଲ ଓ 20 ହଜାର ଟଙ୍କା ଜୋରିମାନାର ରାୟ ଶୁଣାଇଛନ୍ତି । ଜୋରିମାନା ନଦେଲେ ଅଧିକ 3 ମାସର କାରାଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.