ETV Bharat / crime

ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅନ୍ୟ ଯୁବତୀଙ୍କୁ ଡେଟିଂ କରୁଥିଲା ଅଭିଯୁକ୍ତ - ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା ଘଟଣା

ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅନ୍ୟ ଯୁବତୀଙ୍କ ସହ ଡେଟିଂ କରୁଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅନ୍ୟ ଯୁବତୀଙ୍କୁ ଡେଟିଂ କରୁଥିଲା ଅଭିଯୁକ୍ତ

author img

By

Published : Nov 15, 2022, 6:51 PM IST

ନୂଆଦିଲ୍ଲୀ: ବିବାହ ପାଇଁ ଜିଦ ଧରିବାରୁ ପ୍ରେମିକା ଶ୍ରଦ୍ଧାକୁ ୩୫ ଖଣ୍ଡ କଲା ପ୍ରେମିକ (Shraddha Walker Murder Case)। ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଅଫତାବ ପୁନଓ୍ବାଲାର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ଗିରଫ ପରେ ପୋଲିସ ଆଗରେ ସତ ଓଗାଳୁଛି ହତ୍ୟାକାରୀ ପ୍ରେମିକ ।

ପ୍ରେମିକା ଶ୍ରଦ୍ଧା ୱାଲକରଙ୍କ ହତ୍ୟା ପରେ ମୃତ ଶରୀରର ଖଣ୍ଡ ଗୁଡିକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ହତ୍ୟାକାରୀ । ଏହି ହତ୍ୟା ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଯେତେବେଳେ ଅଫତାବ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା । ସେତେବେଳେ ମଧ୍ୟ ସେ ଅନ୍ୟ ଝିଅଙ୍କ ସହିତ ଡେଟ କରୁଥିଲା ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଅନ୍ୟ ଜଣେ ଯୁବତୀ ସହିତ ଏକ ଡେଟିଂ ଆପ ମାଧ୍ୟମରେ ଯୋଗାଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ, ଅଫତାବ କେବେ ଠାରୁ ଅନ୍ୟ ଯୁବତୀଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ । ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଅଫତାବ ବହୁ ପୂର୍ବରୁ ଯୋଜନା କରିଥିଲା । ୱେବ୍ ସିରିଜ୍ ଏବଂ କ୍ରାଇମ ସୋ ତଥା ଇଣ୍ଟରନେଟରୁ ଜାଣିବାକୁ ଚେଷ୍ଟା କରିଥିଲା ​​ଯେ ହତ୍ୟାକାଣ୍ଡ ପରେ ପୋଲିସ ନିକଟରୁ କେମିତି ବର୍ତ୍ତିପାରିବ । କିନ୍ତୁ ଅପରାଧ ଘଟାଇବା ବେଳେ ପୋଲିସ ଠାରୁ ଖସିଯିବା ଅସମ୍ଭବ ବୋଲି ଆଫାତାବ କେବେ ଭାବି ନଥିଲା ।

ହତ୍ୟା ପୂର୍ବରୁ ଇଣ୍ଟରନେଟରେ ସାହାଯ୍ୟ ନେଇଥିଲା ଅଫତାବ

ଶ୍ରଦ୍ଧାଙ୍କୁ ହତ୍ୟା କରିବା ଅଫତାବର ଏକ ଯୋଜନା ଥିଲା । ଏଥି ପାଇଁ ହତ୍ୟାପରେ କିଭଳି ଏହି ଘଟଣା କାହା ସାମ୍ନାକୁ ଆସିବ ନାହିଁ ସେନେଇ ଇଣ୍ଟରନେଟର ସାହାଯ୍ୟ ନେଇଥିଲା । ହତ୍ୟା ପରେ ମୃତ ଶରୀରର ଖଣ୍ଡ ଖଣ୍ଡ ଅଙ୍ଗ ଗୁଡିକୁ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ସଂରକ୍ଷିତ କରିହେବ ସେନେଇ ଇଣ୍ଟରନେଟରେ ସମସ୍ତ ତଥ୍ୟ ଖୋଜିଲା । ପୋଲିସ ଅଭିଯୁକ୍ତର ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ଜବତ କରି ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଛି । ଡିଜିଟାଲ ପ୍ରମାଣକୁ ଆଧାର କରି କରି ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରାଯାଉଥିବା ପୋଲିସ କହିଛି ।

ହତ୍ୟାକାଣ୍ଡର ୫ ମାସ ପରେ ଅଭିଯୁକ୍ତ ଗିରଫ

ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ଲିଭ ଇନ ରିଲେସନସିପରେ ରହୁଥିଲେ । ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଜାଣିବା ପରେ ସମ୍ପର୍କକୁ ବିରୋଧ କରିବା ସହ ଅଫତାବଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଗତ ମେ ମାସରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା । ଏହା ପରେ ଶରୀରରକୁ ଟିକ ଟିକ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପକାଇ ଦେଇଥିଲା । ଶେଷରେ ହତ୍ୟାକାଣ୍ଡର ୫ ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ-Shraddha Murder Case: କ୍ରାଇମ ସିରିଜ ଡେକ୍ସଟର ଦେଖି ପ୍ରେମିକାକୁ ହତ୍ୟା ! ପୁଣି ତାଜା ହେଲା କର୍ଣ୍ଣେଲଙ୍କ ନୃଶଂସ କାଣ୍ଡ

ମୃତ ଶରୀର ଅଙ୍ଗକୁ ଖୋଜୁଛି ପୋଲିସ

ହତ୍ୟା ପରେ ଅଭିଯୁକ୍ତଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଥିବା ଶ୍ରଦ୍ଧାଙ୍କ ଶରୀରର ସେହି ଖଣ୍ଡଗୁଡ଼ିକୁ ପୋଲିସ ବର୍ତ୍ତମାନ ଅଫତାବଙ୍କ ମାଧ୍ୟମରେ ଖୋଜୁଛି । ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ଜଣଙ୍କ ପ୍ରତିଦିନ ରାତି 2 ଟାରେ ଫ୍ଲାଟ ଛାଡି ଶ୍ରଦ୍ଧାର ଶରୀର ଖଣ୍ଡଗୁଡ଼ିକୁ ଫୋପାଡି ବାକୁ ବାହାରକୁ ଯାଉଥିଲା । ଶରୀରର ଖଣ୍ଡଗୁଡ଼ିକୁ ଫ୍ରିଜରେ ରଖିବା ପାଇଁ 300 ଲିଟର ଫ୍ରିଜ୍ କିଣିଥିଲା ଅଭିଯୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.