ETV Bharat / city

ଘର ମାଲିକଙ୍କ ସହ ଝଗଡା କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ଥାନା ସମ୍ମୁଖରେ ନିଜ ଦେହରେ ଢାଳିଲେ କିରୋସିନ

ଘର ମାଲିକଙ୍କ ସହ ଝଗଡା କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଥାନା ସମ୍ମୁଖରେ ନିଜ ଦେହରେ ଢାଳିଲେ କିରୋସିନ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

Young man commits suicide by arguing with landlord
ଘର ମାଲିକଙ୍କ ସହ ଝଗଡା କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Jun 15, 2020, 12:20 PM IST

ସମ୍ବଲପୁର: ଘର ମାଲିକଙ୍କ ସହ ଝଗଡା କରି ଜଣେ ଭଡାଟିଆ ଥାନା ଗେଟ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ । ଭୋଳା ମହନ୍ତ ନାମକ ଜଣେ ଯୁବକ କୁମ୍ଭାରପଡାରେ ଅଞ୍ଚଳରେ ଏକ ଭଡା ଘରେ ରହି ଆସୁଥିଲେ । ତେବେ ଘରମାଳିକ ଏକ ନୂଆ ଘର ତିଆରି କରିବାକୁ ଚାହୁଁଥିବାରୁ ତାଙ୍କୁ ବହୁ ପୂର୍ବରୁ ଘର ଛାଡିବାକୁ କହିଥିଲେ। ତେବେ ଭଡାରେ ରହୁଥିବା ଭୋଳା ମହନ୍ତ ଅନ୍ୟ ଘର ନ ପାଉଥିବାରୁ ଘର ମାଲିକଙ୍କ ସହ ତାଙ୍କର ଝଗଡା ଲାଗି ରହିଥିଲା।

ଘର ମାଲିକଙ୍କ ସହ ଝଗଡା କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଏନେଇ ମାମଲା ଧନୁପାଲି ଥାନା ପର୍ଯ୍ୟନ୍ତ ଯାଇଥିଲା। ଥାନାରେ ମାମଲା ବୁଝାମଣା ମଧ୍ୟ ହୋଇଥିଲା। ତେବେ ଘରମାଲିକ ଭଡାରେ ରହୁଥିବା ଭୋଳାଙ୍କ ପରିବାରକୁ ପାଇଖାନା ବ୍ୟବହାର କରିବାକୁ ଦେଉନଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଲୋକେ ବାହାରକୁ ଶୌଚ ହେବକୁ ଯାଉଥିଲେ। ତେବେ ପରିବାର ଏପରି ଅବସ୍ଥା ଦେଖି ଚିନ୍ତାରେ ପଡିଥିଲେ ଭୋଳା । ରବିବାର ରାତିରେ ଧନୁପାଲି ଥାନା ପରିସର ବାହାରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଧନୁପାଲି ଥାନା ଅଧିକାରୀ ଓ କିଛି ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ପଠାଇଥିଲେ ବୋଲି ଧନୁପାଲି ଥାନା ଅଧିକାରୀ କହିଛନ୍ତି। ବର୍ତ୍ତମାନ ସେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.