ETV Bharat / city

କୃଷକ ବନ୍ଧୁ ଦିବ୍ୟରାଜ, ମାଗଣାରେ ଯୋଗାଉଛନ୍ତି କଳାବତୀ ଧାନ ବିହନ - ସମ୍ବଲପୁର ଚାଷୀ

ବିଭିନ୍ନ ସମସ୍ୟା ଦେଇ ଚାଷୀମାନେ ଗତି କରୁଥିବାବେଳେ ଅନେକ ସମୟରେ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା କରନ୍ତି । ଆଉ ବର୍ତ୍ତମାନ ସମ୍ବଲପୁରରେ ଚାଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଚାଷୀ ଦିବ୍ୟରାଜ । କଳାଧାନ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ମାଗଣାରେ ଯୋଗାଇ ଦେଉଛନ୍ତି କଳାବତୀ ଧାନ ବିହନ। ଅଧିକ ପଢ଼ନ୍ତୁ...

Young farmer providing black paddy seeds, black paddy kalavati,  black paddy seeds for farmers, free paddy seed distribution, problem free crop farming, କୃଷକ ବନ୍ଧୁ ଦିବ୍ୟରାଜ, ମାଗଣାରେ ଯୋଗାଉଛନ୍ତି କଳାବତୀ ଧାନ ବିହନ, କଳାବତୀ ଧାନ ବିହନ, ସମ୍ବଲପୁର ଚାଷୀ, Sambalpur Farmer
କୃଷକ ବନ୍ଧୁ ଦିବ୍ୟରାଜ, ମାଗଣାରେ ଯୋଗାଉଛନ୍ତି କଳାବତୀ ଧାନ ବିହନ
author img

By

Published : Jul 27, 2020, 12:58 PM IST

ସମ୍ବଲପୁର: ସାରା ବିଶ୍ବକୁ ଅନ୍ନ ଯୋଗାଏ ଚାଷୀ। ସେଥିପାଇଁ ଚାଷୀଙ୍କୁ ଅନ୍ନଦାତା କୁହାଯାଏ। ଦେଶ ସୀମାରେ ଯବାନ ରକ୍ତ ଦେଇ ଦେଶ ସୁରକ୍ଷା କରେ ଆଉ ଚାଷୀ ଜମିରେ ଝାଳ ବୁହାଇ ଦେଶବାସୀଙ୍କୁ ଦାନା ଯୋଗାଏ । ତେଣୁ କରି ତତକାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ନାରା ଦେଇଥିଲେ ‘ଜୟ ଜବାନ ଜୟ କିଷାନ’ । ତେବେ ସମ୍ପ୍ରତି ସମାଜରେ ସବୁଠାରୁ ବେଶୀ ଅବହେଳିତ ହେଉଛି ଚାଷୀ। ଆଉ ଚାଷୀର ସମସ୍ୟାର ଅନ୍ତ ହେଉନି। କେତେବେଳେ ବନ୍ୟା, ମରୁଡି, ଅନାବୃଷ୍ଟି ତ କେତେବେଳେ କୀଟ ଜନିତ ଫସଲ ହାନି, ଅଭାବୀ ଧାନ ବିକ୍ରି, ଶ୍ରମିକ ସମସ୍ୟା ଓ ଋଣ ବୋଝ ପରି ସମସ୍ୟା ସହ ସଙ୍ଘର୍ଷ କରୁଛି ଚାଷୀ। ଏଭଳି ସମସ୍ୟା ଘେରରେ ରହି ଆତ୍ମହତ୍ୟା କରିବା ଛଡ଼ା ଅନ୍ୟ ଉପାୟ ପାଉ ନାହିଁ କୃଷକ। ତେବେ ଚାଷୀଙ୍କ ଆର୍ଥିକ ସମସ୍ୟା ଦୂର କରିବାକୁ ସମ୍ବଲପୁରର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଅଣ୍ଟା ଭିଡିଛନ୍ତି। ସେ ଗାଁ କୁ ଗାଁ ଯାଇ ଗରିବ ଚାଷୀଙ୍କୁ ଔଷଧୀୟ କଳାବତୀ ଧାନ ବିହନ ମାଗଣାରେ ବାଣ୍ଟିବା ସହ ଏହାର ଚାଷ ପ୍ରଣାଳୀ ବିଷୟରେ ବୁଝାଇ କହୁଛନ୍ତି।

କୃଷକ ବନ୍ଧୁ ଦିବ୍ୟରାଜ, ମାଗଣାରେ ଯୋଗାଉଛନ୍ତି କଳାବତୀ ଧାନ ବିହନ

ଧାନ ବିହନ କିଲୋ ପିଛା 500 ଟଙ୍କା ଆଉ ଚାଉଳ କିଲୋ ପିଛା 300 ଟଙ୍କା। ଏହି କଥା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିପାରେ ତେବେ କଥାଟା କିନ୍ତୁ ସତ। 13 ପ୍ରକାରର ଔଷଧୀୟ ଗୁଣ ଥିବା କଳାବତୀ ଧାନର ଦାମ ଏପରି ରହିଛି । ଏହି ଧାନର ଗଛ, ଧାନ ଓ ଚାଉଳର ରଙ୍ଗ ପୁରା ପୁରି କଳା। କେବଳ ଏତିକି ନୁହେଁ ଏହାର 13ପ୍ରକାର ଔଷଧୀୟ ଗୁଣ ରହିଛି। ଏହି ଧାନର ଚାଉଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ମଧୁମେହ ରୋଗ ବିରୁଦ୍ଧରେ ଲଢ଼ିବା, ଆଣ୍ଠୁ ଗଣ୍ଠି ବାତ ଦୂର କରିବା, ଚର୍ମ ରୋଗ ଠିକ କରିବା, ମୋଟାପଣ କମାଇବା ପରି 13 ପ୍ରକାର ଗୁଣ ରହିଛି। ସେଥିପାଇଁ ବର୍ତ୍ତମାନ ଏହାର ଚାହିଦା କାହିଁରେ କଣ। ଏପଟେ ବହୁତ କମ ଚାଷୀ ଏହି ଧାନ ଚାଷ କରୁଥିବାରୁ ଏହାର ଚାହିଦା ଆହୁରି ବେଶୀ। ସେଥିପାଇଁ ଏହି ଧାନର ଚାଷ କରିବାକୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ଯୁବ ଚାଷୀ ଦିବ୍ୟରାଜ ବେରିହା ସଚେତନତା କାର୍ଯ୍ୟକ୍ରମ କରି ଏହି ଧାନର ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ମାଗଣାରେ ଏହାର ବିହନ ଯୋଗାଇ ଦେଉଛନ୍ତି। ଆଉ ଚାଷୀମାନେ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ଏହି ଧାନ ପ୍ରତି।

ସବୁଠାରୁ ବଡ଼ କଥା ହେଲା ଏହି ଧାନର ନିଜସ୍ବ ରୋଗ ପ୍ରତିରୋଧକ ଶକ୍ତି ଖୁବ ବେଶୀ। ସେଥିପାଇଁ ଏହି ଧାନରେ କୀଟ ଲାଗିନଥାଏ। ଅପେକ୍ଷାକୃତ କମ ପାଣି ଲାଗିଥାଏ ଏହି ଧାନ ଚାଷରେ। ଏହା ସହ ଏଥିରେ କୀଟନାଶକ ଅଥବା ରାସାୟନିକ ସାର ଦେବାକୁ ପଡେନାହିଁ। କେବଳ ଠିକ ସମୟରେ ପାଣି ଦେବାକୁ ହୋଇଥାଏ। ଆଉ ଏଠିକାର ଜଳବାୟୁ ଓ ମୃତ୍ତିକା ଏହି ଧାନ ଚାଷ ପାଇଁ ଉପଯୁକ୍ତ ସେଥିପାଇଁ ଏହି ଚାଷ କଲେ ଚାଷୀ ସଫଳ ହୋଇପାରିବେ ବୋଲି ଯୁବ ଚାଷୀ ଦିବ୍ୟରାଜ କୁହନ୍ତି । ଅଧ କେଜି ଧାନରେ ପାଖାପାଖି 25 ଡେସିମିଲ ଜମିରେ ରୁଆ ଚାଷ ହୋଇ ପାରିବ ବୋଲି ସେ କୁହନ୍ତି। ଏଥିପାଇଁ ଗୋଟିଏ ଚାଷୀ ଅନ୍ତତଃ ଅଧ ଏକର ଜମିରେ ଏହି ଚାଷ କଲେ ଲାଭବାନ ହୋଇପାରିବେ ବୋଲି ଦିବ୍ୟରାଜ କହିଛନ୍ତି।

ସମ୍ବଲପୁରର ଯୁବ ଚାଷୀ ଦିବ୍ୟରାଜ ବେରିହା ଏହି ଧାନର ବିକ୍ରିରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି । ଦରକାର ପଡ଼ିଲେ ଚାଷୀଙ୍କ ଠାରୁ ସେ ଏହି ଅମଳ ଧାନ କିଣିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.