ସମ୍ବଲପୁର: ସାରା ରାଜ୍ୟରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ । ଆଉ ଏଥିରୁ ବାଦ୍ ପଡିନି ସମ୍ବଲପୁର ଜିଲ୍ଲା । କୋଭିଡ ସଂକ୍ରମଣର ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳକୁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଚଳିତ ସପ୍ତାହର ସଟଡାଉନ ଆରମ୍ଭ ହୋଇଛି । ତେବେ ଆଜି ପୂର୍ବାପେକ୍ଷା ରାସ୍ତା ଘାଟ ଅଧିକ ଶୁନଶାନ୍ ପରିଲକ୍ଷିତ ହୋଇଛି । ପୋଲିସର ଚେକିଂ ଭୟ ଯୋଗୁଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି ।
ଏହା ସହ ମଝିରେ ମଝିରେ ରୋଗୀଙ୍କ ମୃତ୍ୟୁ ଖବର ସାଧାରଣ ଲୋକଙ୍କୁ ଭୟଭୀତ କରି ପକାଉଛି । ଅତି ଆବଶ୍ୟକ ପଡ଼ିଲେ ଲୋକେ ମାସ୍କ ଲଗାଇ ଘରୁ ବାହାରୁଛନ୍ତି । ପ୍ରତ୍ୟେକ ପ୍ରମୁଖ ଛକରେ ପୋଲିସ ମୁତୟନ ହୋଇଛନ୍ତି । କୌଣସି ବ୍ୟକ୍ତି ଆସିଲେ ସେମାନଙ୍କ ଆସିବାର କାରଣ ପଚରାଉଚରା କରୁଛି ପୋଲିସ ।
ଏହା ସହ ବିନା କାରଣରେ କୌଣସି ବ୍ୟକ୍ତି ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ପାଇଲେ ପୋଲିସ ଫାଇନ୍ କାଟୁଛି । ତେବେ ପୂର୍ବାପେକ୍ଷା ଲୋକେ ଅଧିକ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ