ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ (Veer Surendra Sai Institute Of Medical Sciences And Research) ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ କରୋନା ସଂକ୍ରମଣ ସଂଖ୍ୟା ଆଜି 74 ରେ ପହଞ୍ଚିଛି । ଗତକଲି (ସୋମବାର) ପର୍ଯ୍ୟନ୍ତ ସଂକ୍ରମିତ ଙ୍କ ସଂଖ୍ୟା 64 ଥିବା ବେଳେ ଆଜି (ମଙ୍ଗଳବାର) ଆହୁରି 10 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି 10 ଜଣ ମଧ୍ୟରେ ଜଣେ ଭୀମସାରର କର୍ମଚାରୀ ମଧ୍ୟ ଅଛନ୍ତି।
ଏନେଇ ମେଡିକାଲ କଲେଜର ଡିନ ପ୍ରଫେସର ଜୟଶ୍ରୀ ଦୋରା (VIMSAR Dean Professor Jayashree Dora ) ସୂଚନା ଦେଇଛନ୍ତି। ତେବେ କାହାରି ପାଖରେ କୋଭିଡର ଲକ୍ଷଣ ନାହିଁ । ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡିନ ସୂଚନା ଦେଇଛନ୍ତି। ଅନ୍ୟପଟେ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଆଇସୋଲେସନ ରେ ରଖାଯାଇଛି।
ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଲା ସମସ୍ତଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସଂକ୍ରମଣ ରୋକିବା ପାଇଁ ସମସ୍ତ ଙ୍କୁ ଆଇସୋଲେସନରେ ରଖାଯାଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ