ETV Bharat / city

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ - ସମ୍ବଲପୁର ଖବର

ଆଜି ହେଉଛି ଭାରତୀୟ ସ୍ୱାଧିନତା ଆନ୍ଦୋଳନର ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜନ୍ମଜୟନ୍ତୀ । ଏହି ବୀର ଦେଶ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ୩୭ ବର୍ଷ କାରାବରଣ କରିଥିଲେ । ଅଧିକ ପଢନ୍ତୁ

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ
author img

By

Published : Jan 23, 2022, 4:09 PM IST

ସମ୍ବଲପୁର : ଆଜି ସ୍ୱାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜନ୍ମଜୟନ୍ତୀ । ଏହି ବୀର ଦେଶ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ୩୭ ବର୍ଷ କାରାବରଣ କରିଥିଲେ । ସେ ତାଙ୍କ ସଂଗ୍ରାମମୟ ଜୀବନରେ ଅସିରଗଡ ଓ ହଜାରିବାଗ ଜେଲରେ ଦେଶ ପାଇଁ କାରାବରଣ ଭୋଗିଥିଲେ ।

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ଏହାବି ପଢନ୍ତୁ :ନେତାଜୀଙ୍କ ନିଆରା ୧୨୫ତମ ଜୟନ୍ତୀ ପାଳିଲା କଟକ

ଆଜି ତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଜନ୍ମପୀଠ ସମ୍ବଲପୁରର ଖିଣ୍ଡା ସମେତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ସମ୍ବଲପୁର ଜେଲ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ରେଢ଼ାଖୋଲ ବିଧାୟକ ଇଂରୋହିତ ପୂଜାରୀ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.