ETV Bharat / city

କାଟୁ କରୁନାହିଁ କୀଟନାଶକ, ଚାଷ ଜମିକୁ ଅଜଣା ରୋଗ ପୋକ ଭୟ

ଚାଷ ଜମିରେ ଅଜଣା ରୋଗ ପୋକ ଭୟ। ସମ୍ବଲପୁର ସହରର ମାନେଶ୍ବର ବ୍ଲକ ଅଞ୍ଚଳର ଚଛାନପାଲି ଗାଁର କେତେକ ଚାଷୀଙ୍କ ଚାଷ ଜମିରେ ଏହି ପୋକ ଯୋଗୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ।

author img

By

Published : Oct 9, 2020, 9:00 AM IST

ଚାଷ ଜମିରେ ଅଜଣା ରୋଗ ପୋକ ଭୟ, ଚିନ୍ତାରେ ଚାଷୀ

ସମ୍ବଲପୁର: ଚାଷ ଜମିରେ ଅଜଣା ରୋଗ ପୋକ ଭୟ। ସମ୍ବଲପୁର ସହରର ମାନେଶ୍ବର ବ୍ଲକ ଅଞ୍ଚଳର ଚଛାନପାଲି ଗାଁର କେତେକ ଚାଷୀଙ୍କ ଚାଷ ଜମିରେ ଏହି ପୋକ ଯୋଗୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଅଞ୍ଚଳର 16 ଜଣ ଚାଷୀଙ୍କ କେତେକ ଜମିରେ ଏହି ରୋଗ ପୋକ ଲାଗି ଫସଲ ନଷ୍ଟ ହେଉଛି। ଏହାସହ କୀଟନାଶକ ବ୍ୟବହାର କଲେ ମଧ୍ୟ ପୋକ ମରୁନଥିବା ଅଭିଯୋଗ ହୋଇଛି।

ତେବେ ଏନେଇ ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀ ଏହି ଅଞ୍ଚଳକୁ ଏକ ଟିମ ପଠାଇ ଚାଷୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଏହା ସହ କେଉଁ କୀଟ ନାଶକ ଏହି ରୋଗ ପାଇଁ ଉପଯୋଗୀ ହୋଇ ପାରିବ ସେନେଇ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ଆଗକୁ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ରେ ସୂଚନା ନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.