ETV Bharat / city

Sambalpur Good News: ଅଜଣା ମୃତଦେହକୁ କାନ୍ଧ ଦେଲେ ଜିଲ୍ଲାପାଳ ଓ ଏସପି, ସାଉଁଟିଲେ ପ୍ରଶଂସା - ସମ୍ବଲପୁର ଖବର

ଅଜଣା ବ୍ୟକ୍ତିର ଅନ୍ତିମ ସଂସ୍କାରରେ ସହଯୋଗର ହାତ ବଢାଇଲେ ଜିଲ୍ଲାପାଳ ଓ ଏସପି । ଶୁକ୍ରବାର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିଲା । ଅଧିକ ପଢନ୍ତୁ

ଅଜଣା ମୃତଦେହକୁ କାନ୍ଧ ଦେଲେ ଜିଲ୍ଲାପାଳ-ଏସପି : ଅନ୍ତିମ ସଂସ୍କାର କଲେ ସମ୍ପର୍ଣ୍ଣ

author img

By

Published : Jan 8, 2022, 8:47 PM IST

ସମ୍ବଲପୁର : ଅଜଣା ବ୍ୟକ୍ତିର ଅନ୍ତିମ ସଂସ୍କାରରେ ସହଯୋଗର ହାତ ବଢାଇଲେ ଜିଲ୍ଲାପାଳ ଓ ଏସପି । ଶୁକ୍ରବାର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କର କେହି ନିଜ ଲୋକ ନ ଥିବାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ରାଜଘାଟକୁ ଆଣିଥିଲେ । ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସପି ବାତୁଲା ଗଙ୍ଗାଧର ଏହି ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ମଧ୍ୟ ଦେଇଛନ୍ତି ।

ଅଜଣା ମୃତଦେହକୁ କାନ୍ଧ ଦେଲେ ଜିଲ୍ଲାପାଳ-ଏସପି : ଅନ୍ତିମ ସଂସ୍କାର କଲେ ସମ୍ପର୍ଣ୍ଣ

ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ 2011 ମସିହାରୁ ଅଜଣା ମୃତଦେହ ଗୁଡିକୁ ସମ୍ମାନ ଦେବା ପାଇଁ ଆଗେଇ ଆସିଛି । ଅନୁଷ୍ଠାନ ଏ ପର୍ଯ୍ୟନ୍ତ 500 ଜଣଙ୍କର ଅନ୍ତିମ ସଂସ୍କାର କରିଛି । ସମ୍ବଲପୁର ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ଉଭୟ ଜିଲ୍ଲାପାଳ ଓ ଏସପି ପ୍ରଶଂସା କରିଛନ୍ତି । ଆଗକୁ ମଧ୍ୟ ଏହି କାର୍ଯ୍ୟ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହିଭଳି କାର୍ଯ୍ୟ ପାଇଁ ଆଗକୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.