ସମ୍ବଲପୁର: ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଆଜି ଭୋର 5 ଟା ସମୟରେ ସେ ଏକ ଘରୋଇ ବସରେ ସମ୍ବଲପୁର ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଯୁବ ବିଜେପି ନେତା ମାନସ ବକ୍ସି ପ୍ରମୁଖ ସ୍ବାଗତ କରିଥିଲେ।
ଆଜି ଦିନ 11 ଟା 15 ସମୟରେ ସେ ଚଳିତ ବଜେଟ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହା ପରେ ସେ ରେଙ୍ଗାଲି ବ୍ଲକ ଲପଙ୍ଗା ଠାରେ ଦଳ ପାଇଁ ପ୍ରଚାର କରିବା ସହ ଏକ ସାଧାରଣ ସଭା କରିବେ । ଏହା ପରେ ସେ ଯୁଜୁମୁରା ଜୋନ 1ର ଡଙ୍ଗରପଡ଼ା ଓ ଘେନୁପାଲି ଠାରେ ଦଳ ପାଇଁ ପ୍ରଚାର କରିବେ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ