ETV Bharat / city

ସମ୍ବଲପୁରରୁ ୨ଜଣ OJEE ଟପର - ସମ୍ବଲପୁରରୁ ୨ଜଣ OJEE ଟପର

ପ୍ରକାଶ ପାଇଛି OJEE ପରୀକ୍ଷା ଫଳ । ତେବେ ଏଥିରେ ସଫଳତା ହାସଲ କରିଛନ୍ତି ସମ୍ବଲପୁରର ଦୁଇଜଣ ବିଦ୍ୟାର୍ଥୀ । ଅଧିକ ପଢ଼ନ୍ତୁ

ସମ୍ବଲପୁରରୁ ୨ଜଣ OJEE ଟପର
ସମ୍ବଲପୁରରୁ ୨ଜଣ OJEE ଟପର
author img

By

Published : Jul 27, 2022, 10:57 PM IST

ସମ୍ବଲପୁର : ଆଜି ପ୍ରକାଶ ପାଇଥିବା OJEE ପରୀକ୍ଷାରେ ସମ୍ବଲପୁର 2 ଜଣ ଟପର । ଏମ.ଫାର୍ମା ଜେନେରାଲ କେଟାଗୋରୀରେ ସମ୍ବଲପୁର ଡୁମେରପାଲି ଗାଁର ଛାତ୍ର ସଚିନ ନାୟକ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସମ୍ବଲପୁର ସହରର ମୁଦିପଡାରେ ରହୁଥିବା ହରିଆଲି ବେହେରା କେମିକାଲ ଇଞ୍ଜିନିୟରିଂରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ସମ୍ବଲପୁରରୁ ୨ଜଣ OJEE ଟପର

ସଚିନ ସମ୍ବଲପୁର ଗାୟତ୍ରୀ ଫାର୍ମାସୀ କଲେଜର ଛାତ୍ର ଅଟନ୍ତି । ଏହି ସଫଳତା ପାଇଁ ନିଜର ପରିଶ୍ରମ, ମାତାପିତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ଅନ୍ୟପଟେ କେମିକାଲ ଇଞ୍ଜିନିୟରିଂରେ ବାଜି ମାରିଛନ୍ତି ସମ୍ବଲପୁରର ଝିଅ ହରିଆଲି ବେହେରା । ତାଙ୍କ ପ୍ରକୃତ ଘର ଛତିଶଗଡ଼ ହୋଇଥିବା ବେଳେ ସେ ଓ ତାଙ୍କ ପରିବାର ସମ୍ବଲପୁର ମୁଦିପଡାରେ ରହିଆସୁଛନ୍ତି । ଏହି ସଫଳତା ପାଇଁ ସେ ଦୈନିକ ୬ରୁ ୭ଘଣ୍ଟା ପାଠ ପଢୁଥିବାର କହିଛନ୍ତି । ନିଜ ସଫଳତା ପାଇଁ ସେ ନିଜ ପରିବାର ଓ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେୟ ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.