ସମ୍ବଲପୁର: ବୁର୍ଲା ଥାନା ଅଞ୍ଚଳର ବିଭିନ୍ନ ଅଞ୍ଚଳରୁ ବିପୁଳ ମାତ୍ରାରେ କଫ୍ ସିରପ୍ ଜବତ କରିଛି ପୋଲିସ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତ ବୁର୍ଲା ଥାନା ଅନ୍ତର୍ଗତ ଗୋଳଗୁଣ୍ଡା ଗାଁର ସୁରେଶ ଜେକବ ଓ 1R କଲୋନୀର ରାଜେଶ ପଞ୍ଚବିହାର ବୋଲି ଜଣାପଡ଼ିଛି । ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ।
![ବୁର୍ଲା ଥାନାଞ୍ଚଳରେ ବିପୁଳ କଫ୍ ସିରପ୍ ଜବତ, 2 ଗିରଫ](https://etvbharatimages.akamaized.net/etvbharat/prod-images/od-sam-01-illegal-cough-syrop-case-2arrested-avo-7202776_03102021143308_0310f_1633251788_222.png)
![ବୁର୍ଲା ଥାନାଞ୍ଚଳରେ ବିପୁଳ କଫ୍ ସିରପ୍ ଜବତ, 2 ଗିରଫ](https://etvbharatimages.akamaized.net/etvbharat/prod-images/od-sam-01-illegal-cough-syrop-case-2arrested-avo-7202776_03102021143308_0310f_1633251788_1056.png)
2 ଅଭିଯୁକ୍ତଙ୍କ ନିକଟରୁ 500 ବୋତଲ କଫ୍ ସିରପ୍, 2 ଷ୍ଟ୍ରିପ୍ ନିଶା ବଟିକା, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ପାର୍ବଣ ଋତୁ ଜାରି ରହିଥିବାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ପୋଲିସ ନିଶା କାରବାର ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି ।
ତେବେ ଏଭଳି ମାମଲାରେ ବାରମ୍ବାର ଅଭିଯୁକ୍ତମାନେ ଗିରଫ ହେଲେ ସୁଦ୍ଧା ଜିଲ୍ଲାରେ ନିଶା କାରବାର ଉପରେ ରୋକ୍ ଲାଗି ପାରୁନି । ଯାହା ସଚେତନ ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରଖିଛି ପୋଲିସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ