ETV Bharat / city

ବାଘ ଛାଲ ଜବତ, 2 ଗିରଫ

author img

By

Published : Dec 8, 2021, 10:52 PM IST

ସମ୍ବଲପୁର କୁଚିଣ୍ଡାରେ ବାଘଛାଲ ଜବତ ସହିତ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ବାଘ ଛାଲ ଜବତ, 2 ଗିରଫ
ବାଘ ଛାଲ ଜବତ, 2 ଗିରଫ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ବନବିଭାଗକୁ ବଡ ସଫଳତା । ବାଘଛାଲ ଜବତ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରା ବାଘଛାଲ ୫ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ବନ ବିଭାଗର ଚଢ଼ାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

ବାଘ ଛାଲ ଜବତ, 2 ଗିରଫ

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଜମନକିରା ବ୍ଲକ କୁତବ ଗ୍ରାମର କାଲିଚରଣ ଝାଙ୍କର(୫୦) ଓ ବାସୁଦେବ ଦେହୁରୀ(୫୦) ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେମାନଙ୍କ ଠାରୁ ଗୋଟିଏ ଦେଢ ବର୍ଷ ବୟସର କଲରାପତରା ବାଘଛାଲ, ୬ଟି ଗୋଧି ଚମଡା ଓ ୩ଟି ଚଉସିଙ୍ଘା ମୁଣ୍ଡ ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ଡିଏଫଓ ଫାଲଗୁନି ସାରଥୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକ ଓ କର୍ମଚାରୀ ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.