ETV Bharat / city

ଗାଁକୁ ନାହିଁ ହାଇସ୍ପିଡ ଡାଟା, କେମିତି ପୂରା ହେବ ଡିଜିଟାଲ ଇଣ୍ଡିଆ ସ୍ବପ୍ନ ? - ଇଣ୍ଟରନେଟ ସେବା

ଅନିଶ୍ଚତତାରେ ଡିଜିଟାଲ ଇଣ୍ଡିଆର ସ୍ବପ୍ନ । ସହରାଞ୍ଚଳ ବ୍ୟତୀତ ଆଜି ଯାଏଁ ଗ୍ରାମାଞ୍ଚଳକୁ ପହଞ୍ଚି ପାରୁନି ହାଇସ୍ପିଡ ଡାଟା । ଫଳରେ ଡିଜିଟାଲ ଇଣ୍ଡିଆର ସ୍ବପ୍ନରୁ ଦୂରେଇ ଯାଉଛି ଗ୍ରାମାଞ୍ଚଳ । ଅଧିକ ପଢନ୍ତୁ...

କେମିତି ପୂରା ହେବ ଡିଜିଟାଲ ଇଣ୍ଡିଆ ସ୍ବପ୍ନ
କେମିତି ପୂରା ହେବ ଡିଜିଟାଲ ଇଣ୍ଡିଆ ସ୍ବପ୍ନ
author img

By

Published : Jan 13, 2021, 2:42 PM IST

Updated : Jan 13, 2021, 2:55 PM IST

ସମ୍ବଲପୁର: ସହରାଞ୍ଚଳରେ ସୀମିତ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନ । ସାଧାରଣ ଅନଲାଇନ ସେବାରୁ ମୋବାଇଲ ଟ୍ରାଞ୍ଜାକ୍ସନ ସେବା,ସବୁକ୍ଷେତ୍ରରେ ଆଗୁଆ ସହର । ହେଲେ ଅପହଞ୍ଚ ଅଞ୍ଚଳରେ ଆଜି ବି ପଛରେ ରହିଛି ହାଇସ୍ପୀଡ ଇଣ୍ଟରନେଟ ସେବା। ଫଳରେ ଡିଜିଟାଲ ଇଣ୍ଡିଆର ସ୍ବପ୍ନରୁ ଦୂରେଇ ଯାଉଛି ଗ୍ରାମାଞ୍ଚଳ । ସମ୍ବଲପୁର ଜିଲ୍ଲାର ଅଧିକାଂଶ ଗାଁ ଗୁଡିକରେ ଅପହଞ୍ଚ ଅପ୍ଟିକାଲ ଫାଇବର କେବୁଲ । କେବଳ ଜିଲ୍ଲାର ବ୍ଲକ ହେଡକ୍ବାର୍ଟସ ପର୍ଯ୍ୟନ୍ତ ପହଞ୍ଚି ପାରିଛି ଓଏଫସି ସେବା । ଫଳରେ ଗ୍ରାମାଞ୍ଚଳ ଲୋକେ ଓ ପିଲାମାନେ ସବୁ କ୍ଷେତ୍ରରେ ସହରାଞ୍ଚଳ ଅଧିକ
ନିର୍ଭର ହେଉଛନ୍ତି ।

କେମିତି ପୂରା ହେବ ଡିଜିଟାଲ ଇଣ୍ଡିଆ ସ୍ବପ୍ନ

ସରକାରୀ ସଂସ୍ଥା ବିଏସଏନଏଲ ସହ କେତେକ ଘରୋଇ ସଂସ୍ଥା ଯୋଗାଇ ଥାଏ ଓଏଫସି ଇଣ୍ଟରନେଟ । ହେଲେ OFC ଲିଙ୍କ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ହୋଇଥିବାରୁ ଗ୍ରାମାଞ୍ଚଳକୁ ସଂଯୋଗ କରାଯାଇନଥିବା ଖୋଦ ବିଏସଏନଏଲ କର୍ତ୍ତୃପକ୍ଷ କହିଛନ୍ତି । ମିନି ଲିଙ୍କ ଜରିଆରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମ୍ବଲପୁର, ଝାରସୁଗୁଡା, ବରଗଡ ଜିଲ୍ଲାରେ ଓଏଫସି ସେବା ନଥିବାବେଳେ କେବଳ ଦେବଗଡ ଜିଲ୍ଲାର ପ୍ରତ୍ୟେକ ଗ୍ରାମପଞ୍ଚାୟତ BSNL ପକ୍ଷରୁ ଇଣ୍ଟରନେଟ ଦିଆଯାଇଛି ।

ବିକାଶ ଗାଁରୁ ସମ୍ଭବ । ତେଣୁ ଡିଜିଟାଲ ଇଣ୍ଡିଆକୁ ସଫଳ କରିବାକୁ ଗ୍ରାମାଞ୍ଚଳରୁ ଅଧିକ ଫୋକସ ଦେବାକୁ ହେବ । ଆଉ ଏଥିପାଇଁ ସରକାର ତୁରନ୍ତ ଓଏଫସି ଇଣ୍ଟରନେଟ ସେବା ପହଞ୍ଚାଇବା ଜରୁରୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 13, 2021, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.