ସମ୍ବଲପୁର: ଆଜିଠୁ ଖୋଲିଲା ସମ୍ବଲପୁର ବୁର୍ଲା ଭିମସାର ଓପିଡି। ବୁର୍ଲା ମେଡିକାଲରେ କିଛି ରୋଗୀ ଓ କର୍ମଚାରୀ କୋଭିଡ ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସମସ୍ତ ଓପିଡ଼ିକୁ ବନ୍ଦ କରି ଦେଇଥିଲେ। ହେଲେ ସୋମବାର ଠାରୁ ଓପିଡ଼ି ସେବା ଆରମ୍ଭ ହେବାକୁ ଯାଉଛି ବୋଲି ବୁର୍ଲା ମେଡ଼ିକାଲର ଅଧିକ୍ଷକ ଜୟଶ୍ରୀ ଦୋରା ସୂଚନା ଦେଇଥିଲେ ।
ତେବେ ଜରୁରୀକାଳୀନ ସେବା ପାଇଁ ରୋଗୀ ଆସନ୍ତୁ ନହେଲେ ଟେଲିମେଡିସିନର ସହାୟତ ନିଅନ୍ତୁ ବୋଲି ସେ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବହୁ ମେଡିକାଲ ଷ୍ଟାପ ଓ ଡାକ୍ତର ସଙ୍ଗରୋଧରେ ଥିବାରୁ ଟେଲିମେଡିସିନର ସହାୟତା ନେବାକୁ ସେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ