ETV Bharat / city

ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଆଇନ ପ୍ରଣୟନ କରିବାକୁ ଫାଉଣ୍ଡେସନର ଦାବି

ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି ଜନସଂଖ୍ୟା । ଆଉ ଯଦି ଏହାକୁ ଆଗାମୀ ଦିନରେ କମ୍ କରିବା ଦିଗରେ ପଦକ୍ଷେପ ନ ନିଆ ଯାଏ, ତେବେ ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବାେଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

author img

By

Published : Jul 13, 2021, 8:20 PM IST

ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଆଇନ ପ୍ରଣୟନ କରିବାକୁ ଫାଉଣ୍ଡେସନର ଦାବି
ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ଆଇନ ପ୍ରଣୟନ କରିବାକୁ ଫାଉଣ୍ଡେସନର ଦାବି

ସମ୍ବଲପୁର: ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢିଚାଲିଥିବାବେଳେ ଦେଶର ଉନ୍ନତିରେ ବାଧକ ସାଜିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏକ କଡା ଆଇନ ପ୍ରଣୟନ କରନ୍ତୁ ବୋଲି ଦାବି କରିଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ । ଆଜି (ମଙ୍ଗଳବାର) ସମ୍ବଲପୁରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଜନସଂଖ୍ୟା ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏକ ଦୃଢ଼ ଆଇନ ପ୍ରଣୟନ କରନ୍ତୁ ବୋଲି ଦାବି କରିଛି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ । ଏନେଇ ମଙ୍ଗଳବାର ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଦସ୍ୟମାନେ ବ୍ୟାନର ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦାବି କରିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ସରକାର ଏନେଇ ଯଥାଶୀଘ୍ର ପଦକ୍ଷେପ ନନେଲେ ଦେଶରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.