ETV Bharat / city

ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟିକ ବିସ୍ତାର ପାଇଁ MOU ସ୍ୱାକ୍ଷରିତ କଲା IIM ସମ୍ବଲପୁର

ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟିକ ବିସ୍ତାର ତଥା ବୁଣାକାର ମାନଙ୍କ ପାଇଁ ସମ୍ବଲପୁର ଆଇଆଇଏମ (Indian Institute of Management Sambalpur) ର ଆଉ ଏକ ପଦକ୍ଷେପ । ପୂର୍ବରୁ ସମ୍ବଲପୁରୀ ହସ୍ତତନ୍ତ (sambalpuri craft) ର ପ୍ରଚାର ପ୍ରସାର ତଥା ଏହାର ବ୍ୟବସାୟୀ ଓ ବୁଣାକାର ମାନଙ୍କ ଆର୍ଥିକ ସ୍ଥିତିକୁ ସଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଆଇଆଇଏମ ଅନଲାଇନ ମାର୍କେଟିଂ ପ୍ଲାଟଫର୍ମ Flipkart ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିବା ବେଳେ ଆଜି ସମ୍ବଲପୁର ଆଇଆଇଏମ SIDBI ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛି । ଅଧିକ ପଢନ୍ତୁ

author img

By

Published : Oct 18, 2022, 10:19 PM IST

IIM ସମ୍ବଲପୁର
IIM ସମ୍ବଲପୁର

ସମ୍ବଲପୁର: ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟିକ ବିସ୍ତାର ତଥା ବୁଣାକାର ମାନଙ୍କ ପାଇଁ ସମ୍ବଲପୁର ଆଇଆଇଏମ (Indian Institute of Management Sambalpur) ର ଆଉ ଏକ ପଦକ୍ଷେପ । ପୂର୍ବରୁ ସମ୍ବଲପୁରୀ ହସ୍ତତନ୍ତ (sambalpuri craft) ର ପ୍ରଚାର ପ୍ରସାର ତଥା ଏହାର ବ୍ୟବସାୟୀ ଓ ବୁଣାକାର ମାନଙ୍କ ଆର୍ଥିକ ସ୍ଥିତିକୁ ସଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଆଇଆଇଏମ ଅନଲାଇନ ମାର୍କେଟିଂ ପ୍ଲାଟଫର୍ମ Flipkart ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିବା ବେଳେ ଆଜି ସମ୍ବଲପୁର ଆଇଆଇଏମ SIDBI ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛି ।

ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟିକ ବିସ୍ତାର ପାଇଁ MOU ସ୍ୱାକ୍ଷରିତ କଲା IIM ସମ୍ବଲପୁର

ଆଜି ସମ୍ବଲପୁର ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଥିବା ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ SIDBI ସହ ଏହି MOU ସ୍ୱାକ୍ଷରିତ ହୋଇଛି । ଏଥିରେ ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ, Flipkart ର ନିର୍ଦ୍ଦେଶକ, SIDBI ର CGM ଙ୍କ ସହ 28 ଜଣ Master Weaver ସାମିଲ ହୋଇଥିଲେ । ଏହା ଦ୍ୱାରା ବୁଣାକାର ମାନଙ୍କୁ ଆର୍ଥିକ ସହାୟତା ମିଳିବା ସହ Flipkartରେ ବ୍ୟବସାୟ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି ।

ଏବେ Flipkart ରେ ଉପଲବ୍ଧ ହେବ ସମ୍ବଲପୁରୀ ଶାଢ଼ୀ, ଡ୍ରେସ କପଡା ଓ ବିଭିନ୍ନ ପ୍ରକାର ସମ୍ବଲପୁରୀ ହସ୍ତତନ୍ତ୍ର ସାମଗ୍ରୀ । ଏଥିପାଇଁ ପୂର୍ବରୁ ସମ୍ବଲପୁର ଆଇଆଇଏମ Flipkart ସହ ଏମଓୟୁ କରିସାରିଥିବା ବେଳେ ଏବେ ତାହା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଆଜି ସମ୍ବଲପୁର ଆଇଆଇଏମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ହସ୍ତତନ୍ତ ବୁଣାକାର ମାନଙ୍କ ହସ୍ତତନ୍ତ ଉତ୍ପାଦ ର On-Boarding କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଦ୍ୱାର ଆଜି ଠାରୁ Flipkart ର ଡିଜିଟାଲ ପ୍ଲାଟଫର୍ମରେ ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଆଦି ଜିଲ୍ଲାର 28 ଜଣ Master Weaver ମାନଙ୍କ ସମ୍ବଲପୁରୀ ହସ୍ତତନ୍ତର ଡିଜାଇନ ଉତ୍ପାଦ ପ୍ରଦର୍ଶିତ ହେବ ଓ ବିକ୍ରି ହୋଇ ପାରିବ । ବୁଣାକାର ମାନଙ୍କୁ ସହାୟତା ପ୍ରଦାନ ପାଇଁ ସମ୍ବଲପୁର ଆଇଆଇଏମ ଆଜି SIDBI ସହ ଏକ MOU ସ୍ୱାକ୍ଷର କରିଛି ।

ଏହା ସହ ଏହି Master Weaver ମାନଙ୍କ ତାଲିମ ପାଇଁ ସମ୍ବଲପୁର ଆଇଆଇଏମ ଏକ ଓଡିଆ ସାର୍ଟିଫିକେଟ କୋର୍ସର ଆରମ୍ଭ ମଧ୍ୟ କରିଛି । ଏହି କୋର୍ସ ଦ୍ୱାରା ବୁଣାକାର ମାନେ କିପରି ଡିଜିଟାଲ ପ୍ଲାଟଫର୍ମ ନିଜର ଉତ୍ପାଦର ବ୍ୟବସାୟ କରି ଲାଭବାନ ହେବେ ସେନେଇ ଶିକ୍ଷା ଦିଆଯିବ ।

ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, SIDBI ର CGM ଡ଼ ଶୁଭ୍ରାଂଶୁ ଆଚାର୍ଯ୍ୟ, Flipkart ର ନିର୍ଦ୍ଦେଶକ ଆକାଶ ମିଶ୍ର, Master Weaver ସୁରେନ୍ଦ୍ର ମେହେର ଓ ରାମକୃଷ୍ଣ ମେହେର ପ୍ରମୁଖ ସାମିଲ ହୋଇଥିଲେ । ଏହା ସହ 28 ଜଣ Master Weaver ମଧ୍ୟ ଯୋଗ ଦେଇଥିଲେ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.