ETV Bharat / city

‘ଶିକ୍ଷା କ୍ଷେତ୍ରରେ OBC ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର’

author img

By

Published : Sep 7, 2021, 7:22 PM IST

OBC ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । OBC ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାରେ କାହିଁକି ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି ପ୍ରଶ୍ନ କଲେ ବିଜେପି OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ...

‘ ଶିକ୍ଷା କ୍ଷେତ୍ରରେ OBC ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର’

ସମ୍ବଲପୁର: ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କମିଶନଙ୍କ ସୁପାରିଶକୁ ଓଡିଶା ସରକାର ଆଦୌ କାର୍ଯ୍ୟକାରୀ କରୁନାହାନ୍ତି। ଦେଶର ଅଧିକାଂଶ ରାଜ୍ୟରେ ସମ୍ବିଧାନର ଅନୁଚ୍ଛେଦ-୯ ବଳରେ ୫୦ ପ୍ରତିଶତ ସଂରକ୍ଷଣ ସିଲିଂ ବ୍ୟବସ୍ଥାକୁ ଅତିକ୍ରମ କରି ପଛୁଆ ବର୍ଗର ଲୋକଙ୍କୁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଥିବାବେଳେ ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଆଜି ଏନେଇ ସମ୍ବଲପୁରରେ ଦଳ ପକ୍ଷରୁ ଆୟୋଜିତ ପ୍ରେସମିଟରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ଏହା ସହ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର OBC ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଅନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

‘ ଶିକ୍ଷା କ୍ଷେତ୍ରରେ OBC ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର ’

ସୁରଥ କହିଛନ୍ତି, ଆତ୍ମନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଚାଲିଛନ୍ତି । ଏହା ସହ ସୁପ୍ରିମକୋର୍ଟରେ ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର କପିଲ ଶିବଲଙ୍କ ଭଳି ଦାମୀ ଓକିଲ ଓ ରଥଯାତ୍ରା ବନ୍ଦ କରିବାକୁ ହରିଶ ସାଲଭେଙ୍କ ଭଳି ପ୍ରତିଷ୍ଠିତ ତଥା ବ୍ୟୟବହୁଳ ଓକିଲଙ୍କୁ ନିଯୁକ୍ତ କରିଥିବାବେଳେ ପଛୁଆବର୍ଗର ସଂରକ୍ଷଣ ମାମଲାରେ କାହିଁକି ଉଦାସୀନତା ପ୍ରକାଶ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.