ETV Bharat / city

ଧାନ କ୍ରୟ କମିଶନ ପାଇବାରୁ ବଞ୍ଚିତ ସ୍ୱୟଂ ସହାୟକ ଗୋଷ୍ଠୀ, 25 ଲକ୍ଷ ପ୍ରାପ୍ୟ ବାକି - ସମ୍ବଲପୁର ସ୍ୱୟଂ ସହାୟକ ଗୋଷ୍ଠୀ

ଧାନ କିଣାର କମିଶନ ଟଙ୍କା ପାଇବାରୁ ବଞ୍ଚିତ ହେବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସମ୍ବଲପୁର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଅଧିକ ପଢନ୍ତୁ ।

ଧାନ କ୍ରୟ କମିଶନ ପାଇବାରୁ ବଞ୍ଚିତ ସ୍ୱୟଂ ସହାୟକ ଗୋଷ୍ଠୀ, 25 ଲକ୍ଷର ପ୍ରାପ୍ୟ ବାକି

author img

By

Published : Feb 1, 2022, 4:52 PM IST

ସମ୍ବଲପୁର: ଧାନ କିଣାର କମିଶନ ଟଙ୍କା ପାଇବାରୁ ବଞ୍ଚିତ ବାମରା ବ୍ଲକ ର 4 ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଗୋଷ୍ଠୀ ର ମହିଳା ଙ୍କୁ ଚଳିତବର୍ଷ ଧାନ କିଣିବାରୁ ରାଜ୍ୟ ସରକାର ବାରଣ କରିଥିବା ବେଳେ ଗତବର୍ଷ ଧାନ କିଣାର ପ୍ରାୟ 25 ଲକ୍ଷ ଟଙ୍କାର ପ୍ରାପ୍ୟ କମିଶନ ଦିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି। ବ୍ଲକ ର ବିଶ୍ୱ,ଦିବ୍ୟାଭାରତୀ,ତାରିଣୀ ଓ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଜିଲ୍ଲାପାଳଙ୍କ ନିକଟରେ ବାକି ଥିବା ପ୍ରାୟ 25 ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

ଧାନ କ୍ରୟ କମିଶନ ପାଇବାରୁ ବଞ୍ଚିତ ସ୍ୱୟଂ ସହାୟକ ଗୋଷ୍ଠୀ, 25 ଲକ୍ଷର ପ୍ରାପ୍ୟ ବାକି

2020-21 ବର୍ଷରେ ମହିଳା ସଶକ୍ତିକରଣ ନାରା ଦେଇ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଧାନ କିଣିବାର କ୍ଷମତା ଦେଇଥିଲେ। ତେବେ ଆଇ ସ୍କାନିଂ କରି ଚାଷୀଙ୍କ ଠାରୁ ଧାନ କିଣା ଯାଇନଥିବାର ଅଭିଯୋଗ ପରେ ରାଜ୍ୟ ଯୋଗାଣ ସଚିବ ସାରା ରାଜ୍ୟରେ 33 ଟି ସ୍ୱୟଂ ସହାୟକ ଗୋଷ୍ଠୀର ଧାନ କ୍ରୟ କ୍ଷମତା ରଦ୍ଦ କରିଥିଲେ। କେବଳ ସମ୍ବଲପୁର ଜିଲ୍ଲାର 12 ଟି ସ୍ୱୟଂ ସହାୟକ ଗୋଷ୍ଠୀର କ୍ଷମତା ଅପସାରଣ କରାଯାଇଥିଲା। ତେବେ ଜିଲ୍ଲାରେ ଏନେଇ କୌଣସି ସଠିକ ତଦନ୍ତ ନହେବାରୁ ଏହା ଦ୍ୱାରା ବିନା କାରଣରେ କେତେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କ୍ଷତି ସହୁଥିବା ଅଭିଯୋଗ ହୋଇଛି।

ଏହି ଭଳି ସ୍ଥିତିରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ଧାନ କ୍ରୟ କ୍ଷମତା ଅପସାରଣ କରାଗଲା ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ କମିଶନ ଦିଆଯାଇନାହିଁ। ଜିଲ୍ଲାରେ 12 ଟି ସ୍ୱୟଂ ସହାୟକ ଗୋଷ୍ଠୀର ମୋଟ 79 ଲକ୍ଷ ପ୍ରାପ୍ୟ କମିଶନ ମିଳିନଥିବା ବେଳେ କେବଳ ବାମରା ବ୍ଲକର 4 ଟି ସ୍ୱୟଂ ସହାୟକ ଗୋଷ୍ଠୀ ର 25 ଲକ୍ଷ କମିଶନ ବାକିରହିଛି। ତେବେ କେଉଁ ପରିସ୍ଥିତିରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଧାନ କ୍ରୟ କ୍ଷମତା ଅପସାରଣ କରାଗଲା ତାହା ଏହି ମହିଳା ମାନେ ମଧ୍ୟ ଜାଣି ନାହାଁନ୍ତି। ଫଳରେ ଏହି ପ୍ରକ୍ରିୟାରେ ଯୋଗାଣ ବିଭାଗ ଓ ସମବାୟ ବିଭାଗ ମଧ୍ୟ ଜଡିତ ଥିବାରୁ ଏନେଇ ସଠିକ ତଦନ୍ତ ହେବାର ଆବଶ୍ୟକ ରହିଛି ବୋଲି ଦାବି ହୋଇଛି। କାରଣ ଧାନ କ୍ରୟ ପାଇଁ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ପ୍ରକାର ଜନିଷ କିଣା କିଣି କରି ମୋଟା ଅଙ୍କର ଟଙ୍କା ନିବେଶ କରିଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ପ୍ରାପ୍ୟ କମିଶନ ଦିଆନ ଯିବାରୁ ବହୁ କ୍ଷତି ସହୁଥିବା ଏହି ମହିଳା ମାନେ କହିଛନ୍ତି।

ଅନ୍ୟପଟେ ବିନା କାରଣରେ ଓ ବିନା ତଦନ୍ତ ରେ ସେମାନଙ୍କ ଧାନ କ୍ରୟ କ୍ଷମତା ରଦ କରାଯାଇଛି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ର ଏହି ମହିଳା ମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଏହି ମହିଳା ମାନଙ୍କ ଜିଲ୍ଲା ଯୋଗାଣ ବିଭାଗ ସହିତ ଯୋଗାଯୋଗ କରି ବାକୁ ନିର୍ଦେଶ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.