ETV Bharat / city

ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ସଞ୍ଜୟ ବାବୁ

"ରାଜ୍ୟରେ ଯେକୌଣସି ଅପରାଧ ହେଲେ ବିଜେପି ଏହାକୁ ନେଇ ରାଜନୀତି କରୁଛି । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ନ୍ୟାୟିକ ପ୍ରକ୍ରିୟା ବାଧା ସୃଷ୍ଟି ହେଉଛି ।" ଏହା କହିଛନ୍ତି ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ । ଅଧିକ ପଢ଼ନ୍ତୁ...

author img

By

Published : Oct 19, 2021, 9:57 PM IST

ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ସଞ୍ଜୟ ବାବୁ
ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ସଞ୍ଜୟ ବାବୁ

ସମ୍ବଲପୁର: "ରାଜ୍ୟରେ ଯେକୌଣସି ଅପରାଧ ହେଲେ ବିଜେପି ଏହାକୁ ନେଇ ରାଜନୀତି କରୁଛି । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ନ୍ୟାୟିକ ପ୍ରକ୍ରିୟା ବାଧା ସୃଷ୍ଟି ହେଉଛି ।" ଏହା କହିଛନ୍ତି ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ । ସମ୍ବଲପୁର ପାନ୍ଥ ନିବାସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ।

ରାଜ୍ୟର ପ୍ରତ୍ୟେକ ଅପରାଧିକ ଘଟଣାକୁ ବିଜେପି ରାଜନୀତି କରିବାକୁ ପଛାଉ ନାହିଁ । ଏହିଭଳି ଭାବରେ ବିଜେପି ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ପୀଡ଼ିତଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରାଉଛି ।ବିଜେପିର ଏହି ରାଜନୀତିକରଣ ଦ୍ୱାରା ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ବାବୁ । କୌଣସି ଏକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ବିଜେପି ଟାର୍ଗେଟ କରୁନଥିବା କଥା କହିଛନ୍ତି ବିଜେଡି ମୁଖପାତ୍ର ।

ବର୍ତ୍ତମାନ କଳାହାଣ୍ଡି ମହାଳିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ବିଜେଡି ମୁଖପାତ୍ର ଏମିତି ଅଭିଯୋଗ ଆଣିଥିବା ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହାକୁ ନେଇ ସଫେଇ ଦେବାକୁ ବିଜେଡି ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିବା ନେଇ ଆଲୋଚନା ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.