ETV Bharat / city

ବୁର୍ଲା ଡାକ୍ତରଙ୍କ ସମର୍ଥନରେ ବାହାରିଲେ ଏଡସ ରୋଗୀ - ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପଚାର

କିଛିଦିନ ତଳେ ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପଚାର ପ୍ରଚାର କରି ବିବାଦରେ ପଡିଥିବା ଡାକ୍ତର ପ୍ରଶାନ୍ତ ସ୍ବାଇଁଙ୍କ ସମର୍ଥନରେ ବାହାରିଲେ ଏଡସ ରୋଗୀ । ଅଧିକ ଖବର ପଢନ୍ତୁ...

ବୁର୍ଲା ଡାକ୍ତରଙ୍କ ସମର୍ଥନରେ ବାହାରିଲେ ଏଡସ୍ ରୋଗୀ
author img

By

Published : Nov 2, 2019, 10:12 PM IST

ସମ୍ବଲପୁର: ଡାକ୍ତର ସ୍ବାଇଙ୍କ କୌଣସି ଭୁଲ ନାହିଁ । ରୋଗୀର ଜୀବନ ବଞ୍ଚାଇବାକୁ ସେ ଯାହା କରିଛନ୍ତି ତାହା ପ୍ରଶଂସନୀୟ । ଅନେକ ସମୟରେ ସମାଜରେ ଗୋଟିଏ ଏଚଆଇଭି ରୋଗୀ ପାତର ଅନ୍ତରର ଶିକାର ହୋଇଥାଏ । ଏହିସମୟରେ ଡାକ୍ତର ସ୍ବାଇଁ ନିଜ ଜୀବନକୁ ବିପଦରେ ପକାଇ ଅସ୍ତ୍ରୋପଚାର କରିଥିଲେ । ତେଣୁ ଏହି ଘଟଣାରେ ତାଙ୍କୁ ଓଲଟା ଫସାଇ ତାଙ୍କ ବିରୋଧରେ ତଦନ୍ତ ହେଉଛି ।

ବୁର୍ଲା ଡାକ୍ତରଙ୍କ ସମର୍ଥନରେ ବାହାରିଲେ ଏଡସ୍ ରୋଗୀ

ଗତକିଛି ଦିନ ତଳେ ସମ୍ବଲପୁର ବୁର୍ଲା ମେଡିକାଲରେ ଜଣେ ଏଚଆଇଭି ଅକ୍ରାନ୍ତଙ୍କ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତରଙ୍କ ବିରୋଧରେ ଯେଉଁ ପ୍ରଚାର ହେଉଥିଲା ବର୍ତ୍ତମାନ ଉକ୍ତ ଡ଼ାକ୍ତରଙ୍କ ସମର୍ଥନରେ ବାହାରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଏଡସ ରୋଗୀ ।

ଏପଟେ ଶନିବାର ହୀରାକୁଦର 'ସମ୍ବଲପୁର ନେଟୱର୍କ ପୋଜିଟିଵ ପିପୁଲ' ସଂସ୍ଥାର ନେତୃତ୍ବରେ ଏଡସ ରୋଗୀଙ୍କ ଏକ ଦଳ ଡାକ୍ତର ପ୍ରଶାନ୍ତ ସ୍ବାଇଁଙ୍କ ସମର୍ଥନରେ ବାହାରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି।

ବିଭିନ୍ନ ସମୟରେ ବୁର୍ଲା ମେଡିକାଲରେ ଏଡସ ରୋଗୀଙ୍କୁ ଚିକିତ୍ସା ପାଇଁ ନିଆଗଲେ ଚିକତ୍ସାରେ ଅବହେଳା କରାଯାଏ ଓ ମେଡିକାଲ ଅଧିକ୍ଷକଙ୍କ ନିର୍ଦେଶ ଦେଲା ପରେ ବହୁ କଷ୍ଟରେ ଚିକିତ୍ସା କରାଯାଇଥାଏ ବୋଲି ଏହି ରୋଗୀମାନେ କହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ଡାକ୍ତର ପ୍ରଶାନ୍ତ ସ୍ବାଇଁ ଏଚଆଇଭି ରୋଗୀଙ୍କ ଚିକତ୍ସା କରି କିଛି ଭୁଲକରି ନାହାନ୍ତି । କିନ୍ତୁ ତାଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇ ଓଲଟା ତାଙ୍କ ବିରୁଦ୍ଧରେ ତଦନ୍ତ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ଏହାସହ ଏହି ଘଟଣାର ତଦନ୍ତ ରୋକାଯାଉ ବୋଲି ଶୁକ୍ରବାର ଏହି ଏଚଆଇଭି ଅକ୍ରାନ୍ତ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ।ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା କୌଣସି ପ୍ରକାରରେ ତାଙ୍କୁ ସହାୟତା କରାଯିବ ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ରେ ଏଚ ଆଇ ଭି ରୋଗୀଙ୍କ ଅସ୍ତ୍ରୋପଚାର ପ୍ରଚାର କରି ବିବାଦରେ ପଡିଥିବା ଡାକ୍ତର ପ୍ରଶାନ୍ତ ସ୍ୱାଇଁ ଙ୍କ ପ୍ରଶାନ୍ତ ସ୍ୱାଇଁ ଙ୍କ ସମର୍ଥନ ରେ ବାହାରିଲେ ଏଡସ ରୋଗୀ। ବୁର୍ଲା ମେଡିକାଲ ରେ ଏଚ ଆଇ ଭି ପୋଜିଟିବ ରୋଗୀ ଙ୍କ ସହ ପୂର୍ବରୁ ପାତର ଅନ୍ତର କରାଯାଉଥିବା ବେଳେ ଡାକ୍ତର ସ୍ୱାଇଁ ନିଜ ଜୀବନକୁ ବିପଦରେ ପକାଇ ଅସ୍ତ୍ରୋପଚାର କରିଥିଲେ।ତେବେ ତାଙ୍କୁ ଉଲଟା ଫସାଇ ତାଙ୍କ ବିରୁଦ୍ଧରେ ତଦନ୍ତ ହେଉଛି। ଏଥିପାଇଁ ଆଜି ହୀରାକୁଦ ର 'ସମ୍ବଲପୁର ନେଟୱର୍କ ପୋଜିଟିଵ ପିପୁଲ' ସଂସ୍ଥା ର ନେତୃତ୍ୱରେ ଏଡସ ରୋଗୀଙ୍କ ଏକ ଦଳ ଡାକ୍ତର ପ୍ରଶାନ୍ତ ସ୍ୱାଇଁ ସମର୍ଥନ ରେ ବାହାରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି।

Body:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ଏଡସ ରୋଗୀଙ୍କ ଚିକିତ୍ସା ରେ ଅବହେଳା କରାଯାଉଥିବା ର ଅଭିଯୋଗ ଆଣିଛନ୍ତି ନିଜେ ଏଡସ ରୋଗୀମାନେ।ଆଜି ଏଡସ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁର ନେଟୱର୍କ ପୋଜିଟିବ ପିପୁଲ ସଂସ୍ଥାର ର କେତେକ ସଦସ୍ୟ ଏମିତି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିଭିନ୍ନ ସମୟରେ ବୁର୍ଲା ମେଡିକାଲ ରେ ଏଡସ ରୋଗୀଙ୍କୁ ଚିକିତ୍ସା ପାଇଁ ନିଆଗଲେ ଚିକତ୍ସରେ ଅବହେଳା କରାଯାଏ ଓ ମେଡିକାଲ ଅଧିକ୍ଷକ ଙ୍କ ନିର୍ଦେଶ ଦେଲା ପରେ ବହୁ କଷ୍ଟରେ ଚିକିତ୍ସା ଜରାଯାଇଥାଏ ବୋଲି ଏହି ରୋଗୀମାନେ କହିଛନ୍ତି। ତେବେ ଏଭଳି ପରିସ୍ଥିତି ରେ ଡାକ୍ତର ପ୍ରଶାନ୍ତ ସ୍ୱାଇଁ ଏଚ ଆଇ ଭି ରୋଗୀଙ୍କ ଚିକତ୍ସା କରି କିଛି ଭୁଲ କରି ନାହାନ୍ତି ।କିନ୍ତୁ ତାଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇ ଓଲଟା ତାଙ୍କ ବିରୁଦ୍ଧରେ ତଦନ୍ତ କରାଯାଉଛି।ଏଥିପାଇଁ ଏହି ତଦନ୍ତ ରୋକାଯାଉ ବୋଲି ଆଜି ଏହି ଏଚ ଆଇ ଭି ଅକ୍ରାନ୍ତ ମାନେ ସମ୍ବଲପୁର ଜିଲାପାଳ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି।

Conclusion:ଏନେଇ ସମ୍ବଲପୁର ଜିଲାପାଳ ଶୁଭମ ସକସେନା କୌଣସି ପ୍ରକାରରେ ତାଙ୍କୁ ସହାୟତା କରାଯିବ ବୋଲି କହିଛନ୍ତି।

ବାଇଟ-1-ମାନିନ୍ଦର କୌର। ଏଡସ ଅକ୍ରାନ୍ତ।
ବାଇଟ-2-ଅମରେନ୍ଦ୍ର ବେହେରା,ଏଡସ ଅକ୍ରାନ୍ତ।
ବାଇଟ-3-ଶୁଭମ ଶକସେନା, ଜିଲ୍ଳାପାଳ, ସମ୍ବଲପୁର ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.